ଗୁଣିଗାରେଡି ସନ୍ଦେହରେ ଆକ୍ରମଣ ଘଟଣା : ୧୮ ଜଣରୁ ଉର୍ଦ୍ଧଙ୍କ ନାମରେ ଏତଲା

0
257

ପୋଲସରା : ଶୁକ୍ରବାର ଦିନ ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମରେ ଗୁଣିଗାରେଡି ସନ୍ଦେହ ରେ ଗୋଟିଏ ପରିବାରର ତିନି ଜଣଙ୍କୁ ଆକ୍ରମଣ ଘଟଣାରେ ୧୮ ଜଣରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ପୋଲସରା ଥାନାରେ ଏତଲା ହୋଇଥିବା ଜଣାପଡିଛି। ଚିରିକିପଡା ଶାସନ ଗ୍ରାମର ଖଦାଳ ସାହିର ଛଅ ଜଣଙ୍କ ଦେଢ ମାସ ମଧ୍ୟ ରେ ମୃତ୍ୟୁ ଘଟିବା ଘଟଣାରେ ସେହି ସାହିର ବିମଳ ନାହାକ ଗୁଣିକରି ମାରିଥିବା ସନ୍ଦେହ କରି ଶୁକ୍ରବାର ଦିନ ମଧ୍ୟାହ୍ନ ସମୟରେ ସାହିର ଲୋକମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ରେ ବିମଳ ନାହାକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସାନ ପୁଅ ପୂର୍ଣ୍ଣ ଓ ସ୍ତ୍ରୀ ରଞ୍ଜୁ ମଧ୍ୟ ଆହତ ହୋଇଥିଲେ। ଏ ସମ୍ପର୍କରେ ବିମଳ ନାହାକ ଙ୍କ ବଡ ପୁଅ ମୃତ୍ଯୁଞ୍ଜୟ ନାହାକ ପୋଲସରା ଥାନା ରେ ଏତଲା ଦେଇଛନ୍ତି। ସେହି ଏତଲା ପ୍ରକାରେ ଟୁଲୁ ନାହାକ, କାହ୍ନା ନାହାକ, କଙ୍କଡା ନାହାକ, ଅମିତ ନାହାକ, ଅରୁଣ ନାହାକ, ନିକୁଞ୍ଜ ନାହାକ, ବଡ କାଳିଆ ନାହାକ, ରଞ୍ଜନ ନାହାକ, ଦିପୁ ନାହାକ, ଦାସ ନାହାକ, ଭାସ ନାହାକ, ଗୋରା ନାହାକ, ଦାସ ନାହାକ, ସଞ୍ଜୁ ନାହାକ, ଟୁକୁନା ନାହାକ, ବାସୁ ନାହାକ, ରଞ୍ଜିତ ନାହାକ ଓ ହାଡିଆ ନାହାକଙ୍କ ସମେତ ଅନ୍ୟ ମାନେ ବିମଳ ନାହାକ ଘରେ ଶୋଇଥିବା ବେଳେ କବାଟ ଭାଙ୍ଗି ଘରେ ପଶି ଠେଙ୍ଗା ବାଡ଼ି ଓ କୁରାଢି ଧରି ଜୀବନ ରେ ମାରିଦେବା ପାଇଁ ଆକ୍ରମଣ କରିଥିଲେ। ଏତଲା ପରେ ପୋଲସରା ଥାନା କେଶ ନଂ ୨୪୬/୨୦୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇ ଅନୁସନ୍ଧାନ ଜାରି ରହିଥିବା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here