ପ୍ରେମରେ ଧୋକ୍କା ଖାଇ ପ୍ରେମିକା ଥାନାର ଦ୍ୱାରସ୍ଥ

0
334

ବ୍ରହ୍ମପୁର: ଲଭ୍ ସେକ୍ସ ଧୋକ୍କା l ଗୁଜୁରାତ ସୁରତ ର ମହିଳାଙ୍କ ସହିତ ପ୍ରଥମେ ପ୍ରେମ ଓ ସେକ୍ସ ପରେ ଧୋକ୍କା ଦେଇ ଚମ୍ପଟ ମାରିଲା ପ୍ରେମିକ l ପ୍ରେମିକ ର ଅନ୍ୟତ୍ର ବାହାଘର ହେଉଥିବା ସନ୍ଧାନ ପାଇ ପ୍ରେମିକା ଥାନାର ଦ୍ୱାରସ୍ଥ l ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡଆଗୁଳ ଗ୍ରାମର ଅରେନ୍ଦ୍ର କରଣ ଗୁଜୁରାଟ ସୁରତ ର ଜଣେ ଯୁବତୀ ଙ୍କ ସହିତ ସେଠାରେ ଦୀର୍ଘ ୫ ବର୍ଷ ଧରି ବିବାହ ପ୍ରତିଶୃତି ଦେଇ ସମ୍ପର୍କ ବାନ୍ଧି ଶାରୀରିକ ସମ୍ପର୍କ ରଖି ଶେଷରେ ତାଙ୍କୁ ଛାଡି ଲୁଚି ପଳାଇ ଆସି ନିଜ ଗ୍ରାମରେ ଅନ୍ୟତ୍ର ବିବାହ ପାଇଁ ଯୋଜନା ଚାଲିଥିବା ବେଳେ ପ୍ରେମିକା ଗୁଜୁରାତ ରୁ ଆସି କବିସୂର୍ଯ୍ୟନଗର ଥାନା ଦ୍ୱାରସ୍ଥ ହୋଇ ପ୍ରେମିକ ନାମରେ ଅଭିଯୋଗ ଦେଇଛନ୍ତି l ଅଭିଯୋଗ ପରେ କବିସୂର୍ଯ୍ୟନଗର ପୋଲିସ ଏକ କେଶ କରି ଯୁବତୀକୁ କୋର୍ଟ ରେ ହାଜର କରାଇ ବ୍ରହ୍ମପୁର ସ୍ଥିତ ମହିଳା ସୁଧାର ଗୃହରେ ଛାଡ଼ିଛି l ଅନ୍ୟପଟେ ପ୍ରେମିକ କୁ ଗିରଫ କରିବାରେ ସଫଳ ହୋଇନି ପୋଲିସ l ଯଦି ପୋଲିସ ପ୍ରେମିକ କୁ ଗିରଫ ନ କରିବା ସହ ରେଜିଷ୍ଟ୍ରିମେରେଜ ନ କଲେ ପ୍ରେମିକ ର ଘର ଆଗରେ ଆତ୍ମହତ୍ୟା କରିବାର ଚେତାବନୀ ଦେଇଛନ୍ତି ମହିଳା ।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here