ରଥ ଟଣା ବନ୍ଦ, ମନ୍ଦିର ବେଢା ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି

0
233

ବୁଗୁଡା(ନ୍ୟୁଜ ଏକ୍ସଟ୍ରା) ବୁଗୁଡା ସହରରେ ପ୍ରତିଷ୍ଠିତ ଶ୍ରୀ ବଳଦେବ ଜୀଉ ମନ୍ଦିରରେ କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷର ପବିତ୍ର ରଥଯାତ୍ରାରେ ରଥ ଟଣା କାର୍ଯ୍ୟ ବନ୍ଦ ରହିବା ସହ ମନ୍ଦିର ବେଢାରେ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି ନଅ ଦିନ ରହି ପୂଜା ପାଇବେ ବୋଲି କମିଟି ସଦସ୍ୟ ବୃନ୍ଦ ପ୍ରକାଶ କରିଛନ୍ତି। ଅଦାଲତଙ୍କ ରାୟ ଓ କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ରଥଯାତ୍ରା ଉପଲକ୍ଷେ ରଥ ଟଣା ବନ୍ଦ ରଖାଯାଇଛି। ରଥଯାତ୍ରା ଉପଲକ୍ଷେ ଠାକୁରଙ୍କ ପାରମ୍ପରିକ ସମସ୍ତ ପୂଜାର୍ଚ୍ଚନା ପରେ ଅପରାହ୍ନରେ ପ୍ରଭୁ ବଳଦେବ, ସୁଭଦ୍ରା, ଓ ଜଗନ୍ନାଥ ତିନି ଠାକୁରଙ୍କୁ ପହଣ୍ଡି ବିଜେ କରାଯାଇ ମନ୍ଦିର ବେଢାରେ ଅସ୍ଥାୟୀ ଆଡ଼ପ ମଣ୍ଡପରେ ବିଜେ କରିବା ପରେ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ମହନ୍ତ ମହାରାଜା ରାମାନୁଜ ଦାଶ ଛେରା ପହଁରା କାର୍ଯ୍ୟ ସମାପନ କରିଥିଲେ। ନଅ ଦିନ ପର୍ଯ୍ୟନ୍ତ ଠାକୁରଙ୍କ ସମସ୍ତ ନୀତି ପ୍ରକାରେ ମନ୍ଦିର ବେଢାର ଅସ୍ଥାୟୀ ଆଡ଼ପ ମଣ୍ଡପରେ ପୂଜାର୍ଚ୍ଚନା କରାଯିବ। ଠାକୁରଙ୍କ ଆଜିର କାର୍ଯ୍ୟକ୍ରମରେ ପୂଜକ ଦୀନବନ୍ଧୁ ପାଣି, ଦେବେନ୍ଦ୍ର ପାଣି, ସୁରେଶ ଚନ୍ଦ୍ର ପାଣି, ଦୁଃଖିଶ୍ୟାମ ଦାଶ, ହରିହର ପଣ୍ଡା ପ୍ରମୁଖ ପୂଜାର୍ଚ୍ଚନା କାର୍ଯ୍ୟ ତୁଲାଇଥିଲେ। ଶରତ ଚନ୍ଦ୍ର ମହାରଣା, ସୁରେଶ ଚନ୍ଦ୍ର ପଣ୍ଡା, କାହ୍ନୁ ଚରଣ ଖଟେଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ : ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here