ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

0
235

ଭଞ୍ଜନଗର : ସମ୍ବାଦ ସାହିତ୍ୟ ଘର ଭଞ୍ଜନଗର ର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ ଭେଜିପୁଟ ଠାରେ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ସଭାପତି କୃତିବାସ ବିଶ୍ବାଳ ଅଧ୍ଯକ୍ଷତା କରିଥିଲେ ା ଉପଦେଷ୍ଟା ଜଗବନ୍ଧୁ ଜେନା,ଉପ ସଭାପତି ନେତାଜୀ ବିଷୋୟୀ ମଞ୍ଚାସୀନ ଥିଲେ ା ସଂପାଦକ ସନ୍ତୋଷ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ା ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ,କୋଷାଧ୍ଯକ୍ଷ ତ୍ରିନାଥ ବେହେରା,ସଂଗଠନ ସଂପାଦକ ବିଶ୍ବମ୍ବର ଜେନା ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜୀ,ରବି ନାରାୟଣ ମହାନ୍ତି,ଡାକ୍ତର ଗାୟତ୍ରୀ ସାହୁ,ଡାକ୍ତର ସିମାଞ୍ଚଳ ପତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ା ଆସନ୍ତା ଡିସେମ୍ବର ୧୧ ତାରିଖରେ ଅନୁଷ୍ଠନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାକୁ ସର୍ବ ସମ୍ମତି କ୍ରମେ ସ୍ଥିର କରାଗଲା ା ଏହା ସହ ଆସନ୍ତା ଶିଶୁ ଦିବସରେ ସ୍କୁଲ ପିଲାଙ୍କୁ ନେଇ ଏକ କବିତା ଆସର ଅନୁଷ୍ଠାନ ତରଫରୁ ଆୟେଜନ କରିବା ସହ ଜାନୁୟାରୀ ମାସ ପ୍ରଥମ ସପ୍ତାହରେ ବୀର ଚକରା ବିଷୋୟୀ ଜୟନ୍ତୀ ସପ୍ତାହ ପାଳନ ସମ୍ବନ୍ଧୀୟ ଆଲୋଚନା ମଧ୍ୟ କରାଯାଇଥିଲା ା ଶେଷରେ ସାଂସ୍କୃତିକ ସଂପାଦକ ଅଶୋକ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here