ଗଜପତିରେ କରୋନା ପ୍ରତିଷେଧକ ଟିକାକରଣ ଶୁଭାରମ୍ଭ

0
341

ପାରଳାଖେମୁଣ୍ଡି(ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମୂଖ୍ୟ ଚିକିତ୍ସାଳୟରେ ଆଜି ଠାରୁ କରୋନା ପ୍ରତିଷେଧକ ଟିକାକରଣ ଶୁଭାରମ୍ଭ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଭାରତରେ ଟିକାକରଣ କାର୍ଯ୍ୟକ୍ରମକୁ ଭିଡିଓ କନ୍‌ଫେରେନ୍ସିଂ ଜରିଆରେ ଶୁଭାରମ୍ଭ କରିବା ପରେ ଗଜପତି ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । ଏହି ଅବସରରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା,ଗଜପତି ସିଡିଏମଓ ପ୍ରଦୀପ କୁମାର ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ। ସର୍ବପ୍ରଥମେ ଟିକା ଦେବା ଆରମ୍ଭ ହୋଇଥିଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ। ଯାହା କି ଆଜି ଗଜପତି ସିଡିଏମଓ ପ୍ରଦୀପ କୁମାର ପାତ୍ର କହିବା ଅନୁସାରେ,ଆଜି ପ୍ରଥମ ଦିନରେ ୪ଶହ ଜଣଙ୍କୁ ଏହି ଟିକା ଦିଆଯିବା ନିର୍ଦ୍ଧାରଣ ହୋଇଛି । ଏଥିପାଇଁ ୪ଗୋଟି କେନ୍ଦ୍ର ଖୋଲା ଯାଇଛି । ସେଗୁଡିକ ହେଲା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନା,ମୋହନା,ରାୟଗଡ ଓ ଗୁରାଣ୍ଡିର ଡାକ୍ତରଖାନା ଅଟେ । ଆଜି ଗୋଟିଏ ଦିନ ସୁଦ୍ଧା ୧୮୦ଜଣଙ୍କୁ ଏହି କରୋନା ପ୍ରତିଷେଧକ ଟିକା ଦିଆଯାଇଥିବା ଗଜପତି ସିଡିଏମଓ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here