ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କଲେ କୁର୍ମୀ ସମାଜ

0
285

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ):ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି।ଏନେଇ ସୋମବାର ଗଜପତିନଗର ନିବାସୀ ଗଞ୍ଜାମ ଜିଲ୍ଲା କୁର୍ମୀକ୍ଷତ୍ରିୟ ସମାଜ ପକ୍ଷରୁ ତାଙ୍କୁ ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ କୁର୍ମୀକ୍ଷତ୍ରିୟ ସମାଜର ସଭାପତି ତଥା ଅବସରପ୍ରାପ୍ତ ନିର୍ବୀହି ଯନ୍ତ୍ରୀ ଇଂଜିନିୟର ଅଭିମନ୍ୟୁ ପ୍ରଧାନ, ସଂମ୍ମାନୀୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ,ଆଇନଜୀବୀ ସତୀଶ ପାଣିଗ୍ରାହୀ,ଗଂଜାମ ଓକିଲ ସଂଘ ସମ୍ପାଦକ ପ୍ରଦୀପ କୁମାର ବେହେରା,ବରିଷ୍ଠ ବିଜେଡି ନେତା ତୁମ୍ବନାଥ ପଣ୍ଡା ପ୍ରମୁଖ ଯୋଗ ଦେଇ ବିଧାୟକ ପଣ୍ଡାଙ୍କୁ କରୋନା ଯୋଦ୍ଧା ଭାବେ ଉଚ୍ଚ କୋଟି ର ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।କରୋନା ମହାମାରୀ ସମୟରେ ବ୍ରହ୍ମପୁର ବିଧାୟକଙ୍କ ଶବ ଦାହ ଠାରୁ ଆରମ୍ଭ କରି ଅସହାୟଙ୍କୁ ସାହଯ୍ୟ କରିବା ପରି ବିଭିନ୍ନକାଯ୍ୟକୁ ଉକ୍ତ ସମାଜ ର ସଭାପତି ଇଂଜିନିୟର ପ୍ରଧାନ ପ୍ରଶଂସା କରିଥିଲେ।ବର୍ତ୍ତମାନ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇଥିଲେ ମଧ୍ୟ କରୋନା ପ୍ରତି ସଚେତନତା ରହିବା ନିହାତି ଆବଶ୍ୟକ ବୋଲି ବିଧାୟକ ପଣ୍ଡା କହିଛନ୍ତି। କାରଣ ବିଧାୟକ ପଣ୍ଡା ଗତ ବର୍ଷ କରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ଦୀର୍ଘ ଦିନ ପରେ ସୁସ୍ଥ ହୋଇଥିଲେ।ତେଣୁ ବିଧାୟକ ପଣ୍ଡା କରୋନା ଆରମ୍ଭ ରୁ ବର୍ତ୍ତମାନ ପଯ୍ୟନ୍ତ ସମସ୍ତ ଜନସାଧାରଣଙ୍କୁ ମାସ୍କ ବ୍ୟବହାର ସହ ସଚେତନତା ରହିବାକୁ କହିଥିଲେ।ଏଭଳି ଉଚ୍ଚ କୋଟି କର୍ତ୍ତବ୍ୟ ନିଷ୍ଟ କାଯ୍ୟକୁ ପ୍ରଶଂସା କରି ଗଞ୍ଜାମ ଜିଲ୍ଲା କୁର୍ମୀକ୍ଷତ୍ରିୟ ସମାଜ ତାଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରିଥିଲା।କରୋନା ଯୋଦ୍ଧା ଭାବେ ସମ୍ମାନୀତ କରିଥିବାରୁ ଉକ୍ତ ସମାଜକୁ ବିଧାୟକ ପଣ୍ଡା କୃତଜ୍ଞତା ଜଣାଇଥିଲେ।ଏହି ସମ୍ବର୍ଦ୍ଧନା ସଭାରେ ଯୁବ ସମାଜସେବୀ ରାକେଶ ପ୍ରଧାନ ଧନ୍ୟବାଦ୍ ଦେଇଥିଲେ।ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here