ବିନା ଭକ୍ତ ଓ ଶ୍ରଦ୍ଧାଳୁ ରେ ରଥଯାତ୍ରା ସମ୍ପର୍ଣ୍ଣ

0
229

ପୋଲସରା ( ନ୍ୟୁଜ ଏକ୍ସଟ୍ରା) ଆଜି ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା, ଜୁଲାଇ ୧୨ ତାରିଖ ଦିନ ପୋଲସରା ବ୍ରାହ୍ମଣ ସାହିରେ ବିଜେ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କ ରଥଯାତ୍ରା ବିନା ଭକ୍ତ ଓ ଶ୍ରଦ୍ଧାଳୁ ରେ ନିରାଡମ୍ବ ସହ ମନ୍ଦିର ବେଢାରେ ସମ୍ପର୍ଣ୍ଣ ହୋଇଛି। ଆଜି ସକାଳେ ନିତିକାନ୍ତି ସମ୍ପର୍ଣ୍ଣ ହେବା ପରେ ଅପରାହ୍ନ ୬ ଘଣ୍ଟା ସମୟରେ ପହଣ୍ଡି ବିଜେ କରା ଯାଇଥିଲା। ମହାମାରି କରୋନା ସଂକ୍ରମଣ ଯୋଗୁଁ ଅଦାଲତ ଓ ରାଜ୍ୟ ସରକାର ରଥଯାତ୍ରା କୁ ନିଷେଧ କରିଥିବାରୁ ପରମ୍ପରା ଓ ବିଧି ରକ୍ଷା ନିମନ୍ତେ ବେଢ଼ା ମଧ୍ୟରେ ପହଣ୍ଡି ବିଜେ ପରେ ଅସ୍ଥାୟୀ ଆଡ଼ପ ମଣ୍ଡପରେ ଦିଅଁ ଙ୍କୁ ବିଜେ କରାଯାଇଥିଲା। ରଥଯାତ୍ରା ଶେଷ ପର୍ଯ୍ୟନ୍ତ ଅସ୍ଥାୟୀ ଆଡ଼ପ ମନ୍ଦିରକୁ ଗୁଣ୍ଡିଚା ମନ୍ଦିର ବିବେଚନା କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି। କେହି ଭକ୍ତ କିମ୍ବା ଶ୍ରଦ୍ଧାଳୁ ଯଦି ଦିଅଁ ଙ୍କୁ ଦର୍ଶନ କରିବା ଚାହାନ୍ତି ତାହା ହେଲେ କୋଭିଡ୍ ନିୟମ ପାଳନ ସହ ସୁଯୋଗ ଦିଆଯିବ ବୋଲି ମଧ୍ୟ ଟ୍ରଷ୍ଟ ବୋଡି ପକ୍ଷରୁ କୁହାଯାଇଛି। ପୂଜାରୀ ସର୍ବଶ୍ରୀ ସୁବାଷ ଚନ୍ଦ୍ର ଦାସ , ବିପିନ ବିହାରୀ ଦାସ , ଅନିରୁଦ୍ଧ ଦାସ ପ୍ରକାଶ ଚନ୍ଦ୍ର ଦାସ , ଅଭିମନ୍ୟୁ ଦାସ , ପିତାମ୍ବର ଦାସ , ଚିତ୍ତରଞ୍ଜନ ଦାସ , ପ୍ରଦୀପ କୁମାର ଦାସ ଏବଂ ପ୍ରଗତିବନ୍ଧୁ ଦାସ ପ୍ରମୁଖ ମହାପ୍ରଭୁ ଙ୍କ ପୂଜାର୍ଚ୍ଚନା ଓ ପହଣ୍ଡି ବିଜେ ରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ରିପୋର୍ଟ : ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here