୪ଶହ ଲିଟରରୁ ଉର୍ଦ୍ଧ୍ଵ ମଦ ସହ ଅଟୋ ଜବତ,ଜଣେ ଗିରଫ

0
461

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ପୋଲିସକୁ ବଡ ସଫଳତା ମିଳିଛି । ଆଜି ବେଗୁନିଆପଡ଼ା ଫାଣ୍ଡି ପୋଲିସ ଚଢାଉ କରି ଏକ ଅଟୋ ସହ ୪ଶହ ଲିଟରରୁ ଉର୍ଦ୍ଧ୍ଵ ମଦ ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଛି । ବେଗୁନିଆପଡ଼ା ଫାଣ୍ଡି ପୋଲିସ ଆଜି ଚୋରା ମହୁଲି ମଦ ଆସୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ମୁଣ୍ଡୁଳା ନିକଟର ଛକି ରହିଥିଲା । ମୁଣ୍ଡୁଳା ନିକଟରୁ ରାଗପୁର ଗ୍ରାମର ଚୋରା ମଦ ବେପାରୀ ଜି. ଡାକ ଦୋରା ମଦ ନେଉଥିବା ବେଳେ ତାକୁ ଧରିବା ସହ ସେ ମଦ ଆଣିଥିବା ଅଟୋ ଯାହାର ନମ୍ଵର ଓ ଡି ୧୩. ସି ୫୮୩୬ ଏବଂ ପ୍ରାୟ ୪୦୦ ଲିଟରରୁ ଉର୍ଦ୍ଧ୍ବ ହେବ ଚୋରି ମହୁଲି ମଦ ଜବତ କରିଛି । ଏହି ଚଢ଼ାଉ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ଏକ ଟିମ କରିଥିବା ଜଣା ପଡ଼ିଛି ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here