ଗ୍ରାହକ ବେଶରେ ମାଡ଼ିବସିଲା ବନବିଭାଗର ସ୍ବତନ୍ତ୍ର ଟିମ୍ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଦୁଇଜଣ ଗିରଫ

0
334

ବାଲିଗୁଡ଼ା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ତୁମୁଡ଼ିବନ୍ଧ ବନାଞ୍ଚଳର କୁର୍ତ୍ତମଗଡ଼ ସେକ୍ସନର ମାଙ୍ଗାପାଙ୍ଗା ଅଞ୍ଚଳରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିବାସହ ଘଟଣାରେ ୨ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ବନବିଭାଗ । ସୂଚନା ପ୍ରକାରେ ତୁମୁଡିବନ୍ଧ ବନାଞ୍ଚଳର ମାଙ୍ଗାପାଙ୍ଗା ଅଞ୍ଚଳର କିଛି ଲୋକ ଏକ ବଜ୍ରକାପ୍ତା ବିକ୍ରୀ କରିବାକୁ ଯାଉଥିବା ଖବର ପାଇଥିଲା ବନବିଭାଗ । ଏହାପରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ସେହି ଟିମ୍ ବେପାରୀ ସାଜି ଅତି ଚତୁରତା ସହ ବଜ୍ରକାପ୍ତା ଟିକୁ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ l ବଜ୍ରକାପ୍ତାର ଓଜନ ୧୦ କିଲୋରୁ ଉର୍ଦ୍ଧ୍ବ ହେବ ଏବଂ ଲମ୍ବ ସାଢ଼େ ତିନିଫୁଟ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ବଜ୍ରକାପ୍ତାକୁ ବିକ୍ରୀ କରିବାକୁ ନେଉଥିବା ବେଳେ ବନବିଭାଗର ସ୍ବତନ୍ତ୍ର ଟିମ୍ ଗ୍ରାହକ ବେଶରେ ଲଣ୍ଡରୁଗୁଡ଼ା ଗ୍ରାମ ନିକଟରେ ଦେଢ଼ ଲକ୍ଷ ଟଙ୍କାର ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିବ ସହ ଦୁଇଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ବନବିଭାଗ l ଗିରଫ ଦୁଇ ଅଭିଯୁକ୍ତ ରାଜିକାନ୍ତ ମାଝି ଏବଂ ଟିବିର ମାଝି ହୋଇଥିବା ଜଣାପଡ଼ିଛି । ଉଭୟଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି l ସେପଟେ ଦିନକୁ ଦିନ ଜଙ୍ଗଲ ତସ୍କର ଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here