ବେଗୁନିଆପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ନେବା ପାଇଁ ପ୍ରବଳ ଭିଡ଼, ସାମାଜିକ ଦୂରତାକୁ ଭୁଲିଗଲେ ଲୋକ

0
324

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଟୀକା ନେବା ପାଇଁ ନାହିଁ ନ ଥିବା ଭିଡ଼ । କରୋନା ଟିକା ନେବା ପାଇଁ ଆସି ସମାଜିକ ଦୂରତା ଭୁଲିଗଲେ ଲୋକ । ଆଜି ଟିକା ପାଇଁ ଅସମ୍ଭାଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି । ଟିକା ପାଇଁ ଲୋକେ ହାଉଯାଉ ହୋଇ ନିୟମକୁ ଆଖିଠାର ମାରିଛନ୍ତି । ଏପରିକି ସ୍ୱାସ୍ଥ୍ୟକେନ୍ଦ୍ରରେ ଶହ ଶହ ଲୋକ ସାମାଜିକ ଦୂରତାକୁ ଭୁଲିଯାଇ ଲମ୍ବା ଲାଇନରେ ଠିଆ ହୋଇ ରହିଥିଲେ । ବେଗୁନିଆପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଟୀକା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ସେଥିଲାଗି ଶହ ଶହ ପୁରୁଷ, ମହିଳା, ଯୁବକ ଓ ଯୁବତୀ ଟୀକା ନେବା ପାଇଁ ଲମ୍ବା ଲାଇନ୍ ଲଗାଇଥିଲେ । ହେଲେ ସେଠାରେ ଲୋକ ପ୍ରଥମେ ଟୀକା ନେବା ପାଇଁ ହାଉଯାଉ ହୋଇ ଭିଡ଼ ଜମାଇଥିଲେ । ଫୋଟ ରୁ ବାରି ହୋଇ ପଡୁଛି ଯେ ସାମାଜିକ ଦୂରତା ପାଳନ ପାଇଁ ଲୋକ କେତେ ସଚେତନ? ଏତେ ଅସମ୍ଭାଳ ଭିଡ଼ ସତେ ଯେମିତି କି ସୋରିଷ ପକାଇବା ପାଇଁ ସ୍ଥାନ ନାହିଁ । ଏଠି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି କି ଯଦି କିଏ ଏ ଭିତରେ କରୋନା ଆକ୍ରାନ୍ତ ଥାନ୍ତି ତାହେଲେ ଅନ୍ୟ ମାନଙ୍କ ଅବସ୍ଥା ଯେ କଣ ହେବ ? ବେଗୁନିଆପଡ଼ା ଫାଣ୍ଡି ପୁଲିସ ପକ୍ଷରୁ ଭିଡକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଥିଲେ ମଧ୍ଯ ତାହା ସମ୍ଭବପର ନ ଥିଲା । ଲୋକେ ଟୀକା ଦେବା ପାଇଁ ଭିଡ଼ ହେଉଥିବାରୁ ଏ ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । ଦେଖାଯାଉ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୁପକ୍ଷ ଆଗକୁ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ।ତାହା ଦେଖିବାକୁ ବାକି ରହିଲା ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here