୨ବାଇକ ମୁହାଁମୁହିଁ ଧକ୍କା : ୩ ଗୁରୁତର

0
636

ପାଟପୁର,20/07/19( ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ) ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଦିଗପହଣ୍ଡି – ଆସିକା ମୁଖ୍ୟ ରାସ୍ତାରେ ଶନିବାର ବୁଦ୍ଧେଶ୍ବର ମନ୍ଦିର ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଦିଗପହଣ୍ଡିର ସାହାଣି ବାଉରୀ ସାହିର ମଙ୍ଗୁଳୁ ଦାସ (୨୮) ଓ ସଉରା ଦାସ (୩୨) ହୋଇଥିବା ବେଳେ ଅନ୍ୟ ଜଣଙ୍କ ହେଲେ ପାଟପୁର ଥାନା ପୋଡାମାରୀ ଗ୍ରାମର ଇ. ଗଣେଶ ପାତ୍ର ବୋଲି ଜଣାପଡିଛି । ସୂଚନାପ୍ରକାରେ , ଗୁରୁତର ମଙ୍ଗୁଳୁ ଓ ସଉରା ଦୁଇ ବନ୍ଧୁ ମିଶି ପଲସର ବାଇକ (ଓଡି୦୭ୟୁ ୭୫୬୪)ରେ କୈାଣସି କାମରେ ଶେରଗଡ଼ ଯାଇ ଦିଗପହଣ୍ଡି ଫେରୁଥିବା ସମୟରେ ପୋଡାମାରି ଅଞ୍ଚଳର ଗଣେଶ ନିଜ ନମ୍ବର ବିହୀନ ପଲସର ବାଇକରେ ବିପରୀତ ଦିଗରୁ ସାଗରପଲ୍ଲୀ ଗ୍ରାମକୁ ଯିବା ସମୟରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here