ବିବାହିତ ମହିଳାଙ୍କୁ ବଳାତ୍କାର ଉଦ୍ୟମ , ଜଣେ ଗିରଫ

0
662

ବୁଗୁଡା: ବୁଗୁଡା ଥାନା ଅନ୍ତର୍ଗତ ବେତାରସିଙ୍ଗି ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ସେହି ଗ୍ରାମର ଜଣେ ବ୍ୟକ୍ତି ବଳକ୍ତାର ଉଦ୍ୟମ କରି ଗିରଫ ହୋଇଥିବା ଜଣାପଡିଛି। ବେତାରସିଙ୍ଗି ଗ୍ରାମର ସୁଶାନ୍ତ ଜେନା ସେହି ଗ୍ରାମର ଜଣେ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା ସ୍ଥଳେ ମହିଳା ଜଣକ ରାଜି ନହେବାରୁ ସୁଶାନ୍ତ ଜେନା ମହିଳା ଜଣଙ୍କ ମୁଣ୍ତକୁ ଆଘାତ ଦେଇ ମୁଣ୍ଡ ଫଟାଇ ଦେବାରୁ ମହିଳା ଜଣକ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ମହିଳା ଜଣଙ୍କ ଏହି ବିଷୟ ନେଇ ବୁଗୁଡା ଥାନାରେ ଲିଖିତ ଅଭିଯୋଗ ଦେବାପରେ ବୁଗୁଡା ଥାନା କେଶ ନଂ ୩୪୪/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇ ପୋଲିସ ଅନୁସନ୍ଧାନ କରିଥିଲେ। ଆଜି ସୁଶାନ୍ତ ଜେନାକୁ ଗିରଫ କରାଯାଇଥିବା ବେଳେ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here