ସାବଧାନ ! ସେପ୍ଟେମ୍ବର ପହିଲାରୁ ନୂଆ ଟ୍ରାଫିକ ନିୟମ

0
1013

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସାବଧାନ ! ଆସନ୍ତା ସେପ୍ଟେମ୍ବର ପହିଲାରୁ ନୂଆ ଟ୍ରାଫିକ୍ ନିୟମ ଲାଗୁହେବ। କେନ୍ଦ୍ର ସରକାରଙ୍କ ନୂଆ ମୋଟର ଭେଇକିଲ ଆକ୍ଟ ୨୦୧୯କୁ ସଂଶୋଧନ କରିବାପରେ,ଆଗକୁ ରାଜ୍ୟ ସରକାର ଏହା ଲାଗୁ କରିବାକୁ ଯାଉଛନ୍ତି । ରାଜ୍ୟ ସ୍ତରରେ ପୋଲିସ ବିଭିନ୍ନ ମାଧ୍ୟମରେ ନୂଆ ନିୟମ ସମ୍ପର୍କିରେ ଲୋକଙ୍କୁ ସଚେତନ କରାଯାଉଛି । ତେବେ ନୂଆ ନିୟମରେ କ’ଣ ରହିଛି ଆସନ୍ତୁ ନଜର ପକାଇବା ।
୧-ହେଲମେଟ୍ ନ ପିନ୍ଧି ଗାଡି ଚଳାଉଥିଲେ ୧ ହଜାର ଟଙ୍କା ଜୋରିମାନା ।
୨- ସିଟ୍ ବେଲ୍ଟ ନବାନ୍ଧି ଗାଡି ଚଳାଇଲେ ୧ ହଜାର ଟଙ୍କା ଜୋରିମାନା ।
୩- ଫୋନ୍ରେ କଥା ହୋଇ ଗାଡ଼ି ଚଳାଉଥିଲେ ୫ହଜାର ଟଙ୍କା ଜୋରିମାନା ।
୪- ଭୁଲ ସାଇଡ୍ ଗାଡି ଚଳାଉଥିଲେ ୫ହଜାର ଟଙ୍କା ଜୋରିମାନା
୫- ମଦ ପିଇ ଗାଡି ଚଳାଉଥିଲେ ୧୦ ହଜାର ଟଙ୍କା ଜୋରିମାନା ।
୬- ବେପରୁଆ ଭାବେ ଗାଡି ଚଳାଉଥିଲେ ୫ ହଜାର ଟଙ୍କା ଜୋରିମାନା ।
୭-ଟ୍ରାଫିକ୍ ସିଗନାଲ ଭାଙ୍ଗିଲେ ୫ ହଜାର ଟଙ୍କା ଜୋରିମାନା ।
୮- ବାଇକ୍ରେ ତିନିଜଣ ବସି ଯାଉଥିଲେ ୫ ହଜାର ଟଙ୍କା ଜୋରିମାନା।

LEAVE A REPLY

Please enter your comment!
Please enter your name here