ସୁମଣ୍ଡଳ ଠାରେ ସର୍ଟ ସର୍କଲ ରାତ୍ରି କାଳୀନ ଲକ୍ଷ୍ମୀ ନାରାୟଣ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

0
344

ବେଗୁନିଆପଡା(ଦେବାଶିଷ ମହାରଣା) ବେଗୁନିଆପଡା ବ୍ଲକ ସୁମଣ୍ଡଳ ପଞ୍ଚାୟତ ର ରବି ଘୋଷ ବିଦ୍ୟାପୀଠ ସ୍କୁଲ ପଡିଆ ଠାରେ ଉଦଘାଟିତ ହୋଇଯାଇଛି ସର୍ଟ ସର୍କଲ ରାତ୍ରି କାଳୀନ ଲକ୍ଷ୍ମୀ ନାରାୟଣ କ୍ରିକେଟ ଟୁର୍ନାମେଣ୍ଟ |ଏହି ଟୁର୍ନାମେଣ୍ଟ ରେ ମୋଟ 16ଟି ଦଳ ଅଂଶ ଗ୍ରହଣ କରିବାକୁ ଥିଲା ବେଳେ, ପ୍ରତ୍ୟେକ ମ୍ୟାଚ ଆଠ ଓଭର ବିଶିଷ୍ଠ ଖେଳାଯିବ |ଭାଇଚାରା ର ସମ୍ପର୍କ ନେଇ ଆୟୋଜିତ ଏହି ରାତ୍ରି କାଳୀନ ଟୁର୍ନାମେଣ୍ଟ କୁ ଲକ୍ଷ୍ମୀ ନାରାୟଣ ମନ୍ଦିର କମିଟି ର ସଭାପତି ପ୍ରକାଶ ଚନ୍ଦ୍ର ପାଣ୍ଡୀ ଉଦଘାଟନ କରିଥିବା ବେଳେ ସୁମଣ୍ଡଳ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ସାହୁ,ଶରତ ଚନ୍ଦ୍ର ପାଣ୍ଡୀ, ବସନ୍ତ କୁମାର ବାରିକ, ଜୟଦେବ ବାରିକ, ଅମର ବିଶ୍ୱାଳ, ପ୍ରଦୀପ ବିଶ୍ୱାଳ, ଶୁଭକାନ୍ତ ଗୌଡ଼, ବିଜୟ କୁମାର ନାୟକ, ରବୀନ୍ଦ୍ର ନାଥ ମହାରଣା, କୃଷ୍ଣ ଚନ୍ଦ୍ର ଦୋରା ସମେତ ସ୍ଥାନୀୟ ଖେଳପ୍ରେମୀ, ଓ ସୁମଣ୍ଡଳ ଗ୍ରାମର ଯୁବଗୋଷ୍ଠୀ ଉପସ୍ଥିତ ରହି ଖେଳାଳିଙ୍କୁ ଉସ୍ଛାହିତ କରିଥିଲେ |ସନ୍ତୋଷ କୁମାର ସାହୁ, କାର୍ତ୍ତିକ ଡାକୁଆ ଖେଳ କୁ ପରିଚାଳନା କରିଥିଲେ |

LEAVE A REPLY

Please enter your comment!
Please enter your name here