ବିଶ୍ୱ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିଅନସିପ୍ରେ ସ୍ୱର୍ଣ୍ଣ ଜିଣିଲେ ପ୍ରମୋଦ

0
632

ବାସଲ : ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସ୍ୱିଜରଲାଣ୍ଡର ବାସଲ ସହରରେ ଚାଲିଥିବା ବି.ଡବ୍ଲୁ.ଏଫ ୱାର୍ଲଡ ଚାମ୍ପିଅନସିପର ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଡବଲ ସ୍ୱର୍ଣ୍ଣ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଖେଳାଯାଇଥିବା ସିଙ୍ଗିଲସର ଫାଇନାଲ ମ୍ୟାଚରେ ଇଂଲଣ୍ଡର ଡାନିଏଲ ବିଥେଲଙ୍କୁ ୬-୨୧, ୨୧-୧୪, ୨୧-୫ ରେ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭଗତ । ପ୍ରଥମେ ମନୋଜ ଓ ପ୍ରମୋଦଙ୍କ ଯୋଡି ଡବଲସ ଫାଇନାଲରେ ଅନ୍ୟ ଏକ ଭାରତୀୟ ଯୋଡି ତରୁଣ ଓ ନୀତିଶ କୁମାରଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହାସହ ପ୍ରମୋଦ ଅଷ୍ଟମ ଓଡ଼ିଆ ଭାବେ ଅର୍ଜୁନ ଆୱାର୍ଡ ପାଇବେ । ସେ ୪ ବର୍ଷ ବୟସରେ ପୋଲିଓରେ ଆକ୍ରାନ୍ତ ହୋଇ ଭିନ୍ନକ୍ଷମ ପାଲଟିଯାଇଥିଲେ,କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି । ରେକର୍ଡ ପରେ ରେକର୍ଡ କରି ବିଶ୍ୱ ରେକର୍ଡ ରଚି ଚାଲିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ ।

LEAVE A REPLY

Please enter your comment!
Please enter your name here