ବ୍ରହ୍ମପୁର ରୋଟାରୀ କ୍ଳବ ତରଫରୁ ଜନସଚେତନତା ଶୋଭାଯାତ୍ରା

0
631

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଶନିବାର ସକାଳେ ବ୍ରହ୍ମପୁରସ୍ଥିତ ସେଣ୍ଟ ଭିନ୍ସେଣ୍ଟ କନ୍ଭେଣ୍ଟ ସ୍କୁଲରେ ରୋଟାରୀ କ୍ଳବ ତରଫରୁ ଟ୍ରାଫିକ୍ ନିୟମ ମାନିବା ଏବଂ ପରିବେଶ ସୁରକ୍ଷା ବିଷୟରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ଏସ୍ପି ଶ୍ରୀ ପିନାକ ମିଶ୍ର ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି ଯେ ପିଲାମାନେ ଶପଥ ନିଅ, ଯଦି ଘରୁ ବାହାରିବା ବେଳେ ବାପା ହେଲ୍ମେଟ୍ ପିନ୍ଧି ନାହାନ୍ତି, ତେବେ ଗାଡ଼ିରେ ବସିବାକୁ ମନା କରିବ,ପ୍ରତ୍ୟେକ ଛାତ୍ରୀଛାତ୍ର ନିଜ ସହପାଠୀଙ୍କୁ ସମ୍ମାନ କରିବ, ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ୍ ବ୍ୟବହାରଠାରୁ ଦୂରେଇ ରହିବ । ସ୍କୁଲ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି ଯେ, ସ୍କୁଲରେ ଛାଡ଼ିବା ଓ ସ୍କୁଲରୁ ନେବା ସମୟରେ ଯଦି ଅଭିଭାବକମାନେ ହେଲ୍ପେଟ୍ ପିନ୍ଧି ନାହାନ୍ତି, ତେବେ ଏ ନେଇ ସେମାନଙ୍କୁ ସଚେତନ କରାଯାଉ ଏବଂ କୌଣସି ଅଭିଭାବକ ହେଲ୍ମେଟ୍ ପିନ୍ଧି ନ ଥିବା ନଜରକୁ ଆସୁଛନ୍ତି, ତେବେ ସେମାନଙ୍କ ଝିଅପୁଅଙ୍କ ମୋଟ ମାର୍କରୁ ୫ ମାର୍କ କାଟି ଦିଆଯାଉ । ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ବିଦ୍ୟାର୍ଥୀମାନେ ଜନସାଧାରଣଙ୍କୁ ବୃକ୍ଷରୋପଣ, ଜଳ ସଂରକ୍ଷଣ, ତାପମାତ୍ରା ବୃଦ୍ଧି, ବନ୍ୟଜନ୍ତୁ ସୁରକ୍ଷା ଏବଂ ଟ୍ରାଫିକ୍ ନିୟମ ମାନିବା ପାଇଁ ସଚେତନତା ବାର୍ତ୍ତା ଦେଇଥିଲେ। ଥିଲା। ଏହି ଶୋଭାଯାତ୍ରାରେ ସ୍କୁଲର ପ୍ରିନ୍ସପାଲ୍ ସିଷ୍ଟର୍ ଜିନଥ୍, ଭାଇସ୍ ପ୍ରିନ୍ସପାଲ୍ ସିଷ୍ଟର୍ ବିନା,ରୋଟାରି କ୍ଳବ ସଭାପତି ଭି. ଅଜୟ କୁମାର, ସଂପାଦକ ପ୍ରଦ୍ୟୁମ୍ନ ବିଷୋୟୀ ସହିତ କ୍ଳବର ଅନେକ ସଦସ୍ୟ ଏବଂ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ । ପ୍ରୋଜେକ୍ଟ ଚେୟାରମ୍ୟାନ ମିହର ରଞ୍ଜନ ପାଣିଗ୍ରାହୀ ଏହି ଶୋଭାଯାତ୍ରାର ତତ୍ୱାବଧାନ କରିଥିଲେ ।

LEAVE A REPLY

Please enter your comment!
Please enter your name here