ଜିଲ୍ଲାପାଳଙ୍କ ଦ୍ୱାରା ଆକ୍ସିସ ବ୍ୟାଙ୍କର ନୂତନ ଶାଖା ଉଦଘାଟିତ

0
733

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଳାଙ୍ଗ ଗୋଶାଣିନୁଆଗାଁଠାରେ ନୂତନ ଭାବେ ନିର୍ମିତ ହୋଇଥିବା ଆକ୍ସିସ ବ୍ୟାଙ୍କର ଏକ ଶାଖାକୁ ଉଦଘାଟନ କରିଛନ୍ତି | ଏହା ଗଞ୍ଜାମ ଜିଲ୍ଲାର ୧୫ ନମ୍ବର ଶାଖା ହୋଇଥିବା ବେଳେ ବ୍ରହ୍ମପୁର ସହରର ଚତୁର୍ଥ ଶାଖା | ଏହି ଅବସରରେ ବ୍ରହ୍ମପୁର କ୍ଳାଷ୍ଟରର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ,ଗୋଶାଣିନୁଆଗାଁ ବ୍ରାଞ୍ଚର ମୁଖ୍ୟ ଶ୍ରୀ ସୁଦେଶ ମହାନ୍ତି,ଛତ୍ରପୁର ଶାଖା ମୁଖ୍ୟ ଶ୍ରୀ ସଞ୍ଜୟ ଅଗ୍ରୱାଲ,ବ୍ରାଞ୍ଚ ପରିଚାଳନା ମୁଖ୍ୟ ଶ୍ରୀ ସ୍ନେହାଶିଷ ବେହେରା,ଉପଭୋକ୍ତା ସେବା ଅଧିକାରୀ ଶ୍ରୀ ମନମୋହନ ଆଚାର୍ଯ୍ୟ,ଶ୍ରୀ ସୀତାଂଶୁ ଦାଶ,ବ୍ୟବସାୟ ଉନ୍ନତିମୂଳକ ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ପାଣିଗ୍ରାହୀ,ସେଲସ ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ବଳରାମ ମହାନ୍ତି ଏବଂ ଶ୍ରୀ ସୁଶୀଳ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here