ବ୍ରହ୍ମପୁର ପରେ ହିଞ୍ଜିଳିକାଟୁରେ ଆରମ୍ଭ “କ୍ଲିନ ହିଞ୍ଜିଳି” ମିଶନ

0
675

ହିଞ୍ଜିଳିକାଟୁ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦୀର୍ଘ ୫୦ ଦିନ ହେବ ବ୍ରହ୍ମପୁର ମହାନଗର ନିଗମର ଏକ ସଙ୍ଗଠନ ସହରକୁ ସବୁଜ ସୁନ୍ଦର କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ପୋଷ୍ଟର ଚିରା ଅଭିଯାନ ଆରମ୍ଭ କରିଥିଲେ । ଶନିବାର ସକାଳେ ବ୍ରହ୍ମପୁର ଟିମ କ୍ଳିନ୍ ସଟି ପକ୍ଷରୁ ୫୦ ତମ ଦିବସ ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ଠାରୁ ବଇଁଚବଣିଆ ଛକ ପର୍ଯ୍ୟନ୍ତ ୫୯ ନଂ ଜାତୀୟ ରାଜପଥ କଡରେ ବିଭିନ୍ନ କାନ୍ଥରେ ଲଗାଯାଇଥିବା ପୋଷ୍ଟର ଚିରା ଅଭିଯାନ ଆରମ୍ଭ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମକୁ ହିଂଜିଳି ସହରର ବହୁ ବୁଦ୍ଧିଜୀବି ଓ ଜନସାଧାରଣ ପ୍ରଂଶସା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଟିମ୍ କ୍ଳିନ ସିଟିର ସଦସ୍ୟ ଶକ୍ତିଧର ରାଜଗୁରୁଙ୍କ ନେତୃତ୍ୱରେ ଟିମ୍ର ସଦସ୍ୟ ବରିଷ୍ଠ ସାମ୍ବାଦିକ ଜଗନ୍ନ ମୋହନ ମହାପାତ୍ର ରାଜେଶ ସାହୁ, ଜିତେନ୍ଦ୍ର ପଟ୍ଟନାୟକ, ଅଂଜଳି ମହାନ୍ତି, ରଶ୍ମିରେଖା ମିଶ୍ର, ଅଶୋକ ଶୁଳ୍କ, ଅନନ୍ତ ନାରାୟଣ ମହାନ୍ତି, ଅସିତ ସାବତ, ଅଭିମନ୍ୟୁ, ହରିହର ନାୟକ, ରାଜେନ୍ଦ୍ର ପାତ୍ର, ପିତାମ୍ବର ନାହାକ, ରାମଚନ୍ଦ୍ର ପଣ୍ଡା, ସୂର୍ଯ୍ୟ ଚୌଧୁରୀ, ସନ୍ତୋଷିନି, ଟୁକୁ ଦଳେଇ, ସନ୍ତୋଷ ମିଶ୍ର, ନାଗେଶ୍ୱର ପୃଷ୍ଟି, ଦିନେଶ ପଟ୍ଟନାୟକ, ଗୌରୀ, ଅସିତ ପଣ୍ଡା, ସନ୍ଦିପ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ପୋଷ୍ଟର ଚିରା କାର୍ଯ୍ୟକ୍ରମର ସଫଳତା ପରେ ଆଜି ହିଞିଳିକାଟୁ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ତ୍ରିରଙ୍ଗା ଯୁବକ ସଙ୍ଘର ସଭାପତି ରଂଜନ କୁମାର ସାହୁ, ଡ଼ିସକଭରିର ସଂଯୋଜକ କାହ୍ନୁ ଚରଣ ପଣ୍ଡା, ତ୍ରିରଙ୍ଗା ଯୁବକ ସଙ୍ଘ ଓ ଡ଼ିସକଭରିର ବହୁ କର୍ମକର୍ତା ସଦସ୍ୟଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଗଣମାଧ୍ୟମ ପ୍ରତିନିଧି, ସ୍ୱେଛାସେବୀ ଓ ସ୍ଥାନୀୟ ପୌରାଞ୍ଚଳର ବହୁ ବୁଦ୍ଧିଜୀବି ଉକ୍ତ ଅଭିଯାନରେ ଯୋଗଦେଇଥିଲେ । ହିଞିଳିକାଟୁ କୁ ସୁନ୍ଦର କରିବାକୁ ପ୍ରଶାସନ ସହଯୋଗ କରୁଥିବା ଯୋଗୁଁ ମୁନସିପାଲଟି ବାସି ଏହିପରି କାର୍ଯ୍ୟକ୍ରମକୁ ସ୍ବାଗତ କରିଛନ୍ତି।

LEAVE A REPLY

Please enter your comment!
Please enter your name here