ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ରୂପ ଆଖ୍ୟା ଯଥାର୍ଥ ; ବ୍ରହ୍ମପୁରର ଦୁଇ ଡାକ୍ତର ସମ୍ମାନୀତ

0
818

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଡାକ୍ତରଙ୍କୁ ଭଗବାନଙ୍କ ଦ୍ୱିତୀୟ ରୂପ କୁହାଯିବା କଥାଟି ଯଥାର୍ଥ ହୋଇଥିବାର ଦେଖାଯାଇଛି ବ୍ରହ୍ମପୁର ସହରରେ । ଗତକାଲି ପାତ୍ରପୁର ବ୍ଳକ ଅଞ୍ଚଳର ଜଣେ ଗର୍ଭବତୀ ମହିଳା ମେଡିକାଲକୁ ଯିବାପାଇଁ ଆସିଥିବା ବେଳେ କୋର୍ଟପେଟା ଛକ ଠାରେ ପ୍ରସବ ବେଦନା ଅନୁଭବ କରିଥିଲେ । ଦୀର୍ଘ ୪୫ ମିନିଟ୍ ଅସହ୍ୟ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ରାସ୍ତା କଡରେ ହିଁ ସେ କନ୍ୟା ସନ୍ତାନଟିଏ ଜନ୍ମ ଦେଇଥିଲେ । କିଛି ମହିଳା ଲୁଗା ଢ଼ାଙ୍କି ତାଙ୍କୁ ସହାଯୋଗ କରିଥିବା ବେଳେ ସେହି ରାଜପଥ ଦେଇ ଯାଉଥିବା ମେଡିକାଲର ଡାକ୍ତର ରୌନକ ଗାନ୍ଧୀ ଓ ଦେବଦର୍ଶୀନି ସାହୁ ସେଠାରେ ଅଟକି ନିଜର ମାନବିକତା ଦେଖାଇ ପ୍ରସବ କରାଇବାରେ ସହାୟତା କରିଥିଲେ । ଏହା ପରେ ଆମ୍ବୁଲାନ୍ସ ଡକାଇ ବଡମେଡିକାଲ୍ ନେଇ ପ୍ରସୁତୀ ବିଭାଗରେ ଭର୍ତି କରାଇଥିଲେ । ବର୍ତ୍ତମାନ କନ୍ୟା ସନ୍ତାନ ଓ ମା’ ସୁସ୍ଥ ଅଛନ୍ତି । ଏହି ଦୁଇ ଡାକ୍ତରଙ୍କୁ ଆଜି ମେଡିକାଲର କଲେଜର ଅଧ୍ୟକ୍ଷ ପ୍ରଫେସର ରାଧାମାଧବ ତ୍ରିପାଠୀ ଓ ମେଡିକାଲ ଅଧ୍ୟକ୍ଷ ପ୍ରଫେସର ଚରଣ ପଣ୍ଡା ପୁଷ୍ପଗୁଛ ଦେଇ ସମ୍ମାନୀତ କରିବା ସହ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here