କାଠଚିରା ଅଗ୍ନି ବିପନ୍ନ ପରିବାର ମାନଙ୍କୁ ସହାୟତା

0
308

ଭଞ୍ଜନଗର:ଶୁକ୍ରବାର ଅପରାହ୍ନ ରେ ଭଞ୍ଜନଗର ବ୍ଲକ ତୁରୁମୁ ପଞ୍ଚାୟତ କାଠ ଚିରା ଗ୍ରାମ ଆଦିବାସୀ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛି। ସେମାନେ ଦୁଃଖ କଷ୍ଟରେ ଦିନ କାଟୁଥିବା ଖବର ପାଇ ଭଞ୍ଜନଗର କଂଗ୍ରେସ ଦଳ ତରଫରୁ ରବିବାର ସହାୟତା ଯୋଗାଇ ଦିଆଯାଇଛି।ଯୁବ ନେତା ପ୍ରଶାନ୍ତ କୁମାର ବିଷୋୟୀଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମାନେ କ୍ଷତିଗ୍ରସ୍ତ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ବୁଝି ଯଥା ସମ୍ଭବ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ କରୋନା ସଚେତନତା ସହ ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିଲେ। ଏଥିରେ ସୁକାନ୍ତ କୁମାର ଦିଗାଲ, ଜବାହରଲାଲ ସାହୁ, ମଣ୍ଟୁ ପ୍ରଧାନ, ଦୁର୍ଗା ଚରଣ ତ୍ରିପାଠୀ, ବାଲ୍ୟ ବେହେରା, ଦେବ ଗୌଡ଼ ଓ ଅନ୍ୟମାନେ ସାମିଲ ଥିଲେ। ସେହିପରି ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ,କାଳ ଭୈରବ ଚାରିଟ୍ରେବଲ ଟ୍ରଷ୍ଟ ପକ୍ଷରୁ ମଧ୍ୟ ସହାୟତା ଯୋଗାଇ ଦିଆଯାଇଛି

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here