ସମସ୍ୟା ଘେରରେ ପଡ଼ିଛି ପାରଳାଖେମୁଣ୍ଡି ସହରର ମୂଖ୍ୟ ରାସ୍ତାର ନାଳ ନର୍ଦ୍ଦମା

0
319

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୈରପରିଷଦ ହେଉଛି ଏକ ମାତ୍ର ଜିଲ୍ଲାର ପୁରାତନ ପୈରପରିଷଦ। ଏହା ଗୋଟିଏ ମାତ୍ର ଜିଲ୍ଲାର ସଦରମହକୁମା ହିସାବରେ ଅବସ୍ଥିତ ଏଠାରେ ନା ଟ୍ରାଫିକ ବ୍ୟବସ୍ଥା ର ସୁବିଧା ରହିଛି, ନାଁ ପୈରପରିଷଦ ପକ୍ଷରୁ ନାଳ ସଫେଇ କରାଯାଇଛି, ନାଁ ରାସ୍ତା ଓସାରିଆ ତଥା ରାସ୍ତା ସ୍ବସସ୍ତିକରଣ କାର୍ଯ୍ୟ ସମ୍ପନ୍ନ ହୋଇପାରୁଛି , ସମସ୍ତ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ଛଡ଼ା ଅନ୍ୟ ପନ୍ଥା ନାହିଁ। ଏଠାରେ କହିବାକୁ ଗଲେ ଜିଲ୍ଲା ସଦରମହକୁମା ର କେବଳ ଏକ ମାତ୍ର ସବ୍ ଡିଭିଜନ ଯାହାକୁ ଗଜପତି ଜିଲ୍ଲାର ମୁଖ୍ୟ ବଜାର କହନ୍ତି ଏହା ପାରଳାଖେମୁଣ୍ଡି ପୈରପରିଷଦ ଏହି ବଜାର ଉପରେ ଜିଲ୍ଲାର ସାତଗୋଟି ବ୍ଲକ ର ଲୋକେ ନିର୍ଭରଶୀଳ ହେଉଥିବା ବେଳେ ଏହି ବଜାର ରାସ୍ତା ସଂପ୍ରସାରଣ କରିବାକୁ ସରକାରୀ ଅନୁଦାନ କୋଟି କୋଟି ଟଙ୍କାର ମଞ୍ଜୁରୀ ମିଳିଥିବା ବେଳେ ଏଠାରେ ସାଧାରଣ ଲୋକେ ନାଇ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଠାରେ ରାସ୍ତା ସଂପ୍ରସାରଣ କରିବାକୁ ଯାଇ କିଛି ଦିନ ପୂର୍ବରୁ ଜବର ଦଖଲ ଉଛେଦ କରାଯାଇଥିଲା ଯାହା କି ସମୁଦ୍ର କୁ ସଙ୍କେ ପାଣି ଭଳିଆ ଲାଗୁଛି। କାରଣ କୋଟି କୋଟି ଟଙ୍କାର ମଞ୍ଜୁରୀ ମିଳିଥିବା ବେଳେ ଲୋକାଭିମୁଖୀ କାର୍ଯ୍ୟ କରିବା ଭଳି ଜବରଦଖଲ ଉଚ୍ଛେଦ କରାଯିବା ପରେ ପୂର୍ବରୁ ଯାହା ଥିଲା ବର୍ତ୍ତମାନ ମଧ୍ୟ ସେହି ଅବସ୍ଥା ଦେଖିବା ପାଇଁ ମିଳିଛି। ଫଳରେ ଗୋଟିଏ ପାଖର ନାଳ ସଫା ହୋଇ ପାରୁନାହିଁ ତ ଅନ୍ୟ ପାଖର ନାଳ ଘୋଡାଇ ଦିଆଯାଇଛି। ଏଠାରେ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହେବାର ସମ୍ଭବପର ନୁହେଁ,କାରଣ ବର୍ଷ ବର୍ଷ ବିତିଗଲା ଏହା ସହିତ ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ନାଳକୁ ଘଡାଇ ଦେଇ ତାହା ମଧ୍ୟରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିରାଟ ବିରାଟ ପାଇପ୍ ନଳାବିଛେଇ ଦେଇଥିବା ଯୋଗୁଁ ଦୁଇ ପାର୍ଶ୍ଵରେ ନାଳ ଘଡାଇ ହୋଇ ସେହି ଅଞ୍ଚଳର ଘର ମାନଙ୍କରେ ବ୍ୟବହାର କରୁଥିବା ଅବାର୍ଜନା ପାଣି ରାସ୍ତା ଉପରେ ଭାସୁଥିବା ଦେଖିବାକୁ ମିଳିଛି ଫଳରେ ଜନଜୀବନ ଜିବା ଆସିବା ଲୋକଙ୍କ ଉପରେ ଛିଟିକି ପଡୁଥିବାର ଅଭିଯୋଗ ହେଉଛି। ଏହି ନାଳ ନିର୍ମାଣ ନହେବାରୁ ସାଧାରଣ ଲୋକେ ପାରଳାଖେମୁଣ୍ଡି ପୁଲିସ ଷ୍ଟେସନ ଠାରୁ ଆରମ୍ଭ ହୋଇ ନୁଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏହି ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି । ଏହି ଅବସରରେ ପ୍ରଶାସନିକ ଅଧିକାରୀ ମାନେ ଏହାକୁ ତିଳେ ହେଲେ କର୍ଣ୍ଣପାତ କରିନଥିବା ଦେଖିବାକୁ ମିଳିଛି। ବର୍ତମାନ କରୋନା ମହାମାରୀ ସମୟରେ ଏହିପରି ଘରର,ଆବାର୍ଯ୍ୟାନା ପାଣି ଘର ସମ୍ମୁଖରେ ଡୁବ ହେବା କିମ୍ବା ରାସ୍ତା ଉପରେ ଭାସୁଥିବା ଅବସ୍ଥାରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବା ପ୍ରତି କ୍ଷତିକାରକ ହେବାର ସମ୍ଭାବନା,ଏଠାରେ ବିଭାଗୀୟ ଅଧିକାରୀ ଏବଂ କାର୍ଯ୍ୟାରତ ଠିକାଦାରଙ୍କ ମଧ୍ୟରେ ଯେଉଁ ମଧୁଚନ୍ଦ୍ରିକା ଜମି ରହିଛି ସେଥିପାଇଁ ସାଧାରଣ ଲୋକେ ନାଇଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଠାରେ ସମସ୍ତ ପ୍ରକାର ଅବହେଳା ହେଉଥିବା ବେଳେ ଏଠାକାର ଲୋକେ ଖାସ୍ କରି ପ୍ରଶାସନକୁ ହିଁ ଦାଇ କରୁଛନ୍ତି। ଏଠାରେ ସାଧାରଣ ଲୋକଙ୍କ କହିବା ଅନୁସାରେ ଯୋଦି ଏହାର ସମାଧାନ ଯଥାଶୀଘ୍ର ନକରାଯାଏ ଆଗାମୀ ଦିନରେ ଜନାଆନ୍ଦଳନ କରିବା ପାଇଁ ପଛାଇବୁ ନାହିଁ ବୋଲି ସୂଚନା ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here