କାଉଡ଼ିଆ ଭକ୍ତଙ୍କ ମାସିକିଆ ସଂକଳ୍ପ ବ୍ରତ ଧାରଣ

0
624

ହିଞ୍ଜିଳିକାଟୁ(ନ୍ୟୁଜ୍ ଏକ୍ସଟ୍ରା ବ୍ୟୁରୋ) : ହିଂଜିଳିକାଟୁ ରେଗିଡି ସାହି ବୋଲବମ୍ ସଂଘର କାଉଡିଆ ଭକ୍ତ ମାନେ ଧାରା ଶ୍ରାବଣ ମାସରେ ମହାଦେବଙ୍କ ଠାରେ ଜଳଲାଗି ପାଇଁ ମାସିକିଆ ସଂକଳ୍ପ ବ୍ରତ ଧାରଣ କରିଛନ୍ତିି । କାଉଡିଆ ଭକ୍ତ ମାନେ ନୁଆଗଡରେ ଅବସ୍ଥିତ ଥିବା ସ୍ଥାନୀୟ ବାଲୁଙ୍କେଶ୍ୱର ମନ୍ଦିରରେ ପଣ୍ଡିତ ନୀଳାମ୍ବର ପାଢୀଙ୍କ ପୌରାହିତ୍ୟରେ ପୁଜାହୋମାଦି ମହତ କାର୍ଯ୍ୟରେ ଯୋଗ ଦେଇ ସଂକଳ୍ପ ଗ୍ରହଣ କରିଥିଲେ । ଏହି ପବିତ୍ର ହୋମ କାର୍ଯ୍ୟରେ କର୍ତ୍ତା ଭାବେ ଲକ୍ଷ୍ମଣ ପଣ୍ଡା ଦାଇତ୍ୱ ନିର୍ବାହ କରିଥିଲେ । ବ୍ରତଧାରୀ ମାନେ ଶ୍ରାବଣ ମାସରେ ସାତ୍ୱିକ ଅରୁଆ ଭୋଜନ ଦିନରେ ଗୋଟିଏ ଥର ସେବନ କରିବା ସହ ନୀତିକାନ୍ତିରେ ରହିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ । କାଉଡିଆମାନେ ପ୍ରଥମ ପାଳି ଆସିକା ଅଂଚଳର ପବିତ୍ର ଋଷିକୁଲ୍ୟା ନଦୀର ପବିତ୍ର ଜଳଧାରଣ କରି ନୁଆଗଡ ସ୍ଥିତ ବାଲୁଙ୍କେଶ୍ୱର ପୀଠରେ ଜଳାଭିଷେକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜଳାଭିଷେକ କରିବା ନିମନ୍ତେ ବୋଲବମ୍ ସଂଘର ସଭାପତି ପପୁ ଆଚାରୀ , ଉପସଭାପତି ଶ୍ରୀକାନ୍ତ ଦାସ , ମହେଶ୍ୱର ମିଶ୍ର , ଶ୍ରୀମନ୍ତ ଚୈାଧୁରୀ , ସୁଦାମ ପଣ୍ଡା ସାଗର , ରାହୁଲ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here