ବିଜେପି ପକ୍ଷରୁ “ସେବା ହିଁ ସଂଗଠନ” କାର୍ଯ୍ୟକ୍ରମ

0
253

ବୁଗୁଡା:କେନ୍ଦ୍ରରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵିତୀୟ ପାଳିର ଦ୍ଵିତୀୟ ବର୍ଷ ପୂରଣ ଉପଲକ୍ଷେ ବିଜେପି ପକ୍ଷରୁ ମଇ ୩୦ ତାରିଖ ଦିନ ବୁଗୁଡା ଶ୍ରୀ ବଳଦେବ ଜୀଉ ବସଷ୍ଟାଣ୍ଡ ଠାରେ ” ସେବା ହିଁ ସଂଗଠନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୁଗୁଡାର ବଳଦେବ ସ୍ୱାମୀ ଅଟୋ ଚାଳକ ସଙ୍ଘ, ଜଗନ୍ନାଥ ସ୍ୱାମୀ ଅଟୋ ଚାଳକ ସଙ୍ଘ, ଓ ମା ମାଳିଝୋଲା କୁଲି ସଙ୍ଘ, ଏହି ତିନିଗୋଟି ସଂଗଠନର ଶତାଧିକ ବ୍ୟକ୍ତିଙ୍କୁ ଜଣ ପିଛା ୨୫ କିଲୋ ଚାଉଳ, ୫ କିଲୋ ଡ଼ାଲି ଓ ୫୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ, ଉପ ସଭାପତି ପ୍ରଭାକର ପଣ୍ଡା, ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ଗଙ୍ଗାଧର ନାୟକ, ବୁଗୁଡା ନଗର ବିଜେପି ସଭାପତି ସୂର୍ଯ୍ୟନାରାୟଣ ମହାନ୍ତି, ବାର ଆସୋସିଏସନ ସଭାପତି ଅଧିବକ୍ତା ହର ପ୍ରସାଦ ଦାଶ, ହରେ କୃଷ୍ଣ ସାହୁ, କୃଷକ ସେଲ ସଭାପତି ଗୌର ଚରଣ ପ୍ରଧାନ, ତ୍ରିଲୋଚନ ସାହୁ, କେଦାର ମହାରଣା ପ୍ରମୁଖ ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here