ତହସିଲ କାର୍ଯ୍ୟାଳୟରେ ସରକାରୀ ଅର୍ଥ ହେରଫେର କରି ଲକ୍ଷାଧିକ ଟଙ୍କା ଆତ୍ମସାତ

0
603

ଡାବୁଗାଁ ( ନ୍ୟୁଜ ଏକ୍ସଟ୍ରା) ସରକାରୀ ରାଜ୍ୟସ୍ୟ ଅର୍ଥ କୁ ହେରଫେର କରି ତହସିଲ କାର୍ଯ୍ୟାଳୟରେ ନାଜିର ଦାଇତ୍ୱ ରହି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଆଣିଲେ ତହସିଲଦାର। ସରକାରୀ ରାଜ୍ୟସ୍ଵ ଅର୍ଥ କୁ ନିଜସ୍ୱ ଟଙ୍କା ଭାବି ବିଭିନ୍ନ ସ୍ଥାନରେ ଘରପ୍ଳଟ କୋଠାଘର ନିର୍ମାଣ ଖର୍ଚ୍ଚ କଲେ ନାଜିର । ଏପରି ଏକ ଘଟଣା ହେଉଛି , ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ ଅଫିସ କାର୍ଯ୍ୟାଳୟ ରେ କାର୍ଯ୍ୟ ରତ ନାଜିର ପୋଷ୍ଟ ଦାଇତ୍ୱ ରେ ରହି ସରକାରୀ ରାଜ୍ୟସ୍ଵ ଲକ୍ଷାଧିକ ଅର୍ଥ କୁ ହେରଫେର କରିଛନ୍ତି ଚନ୍ଦନା ମଣ୍ଡଳ । ସୂଚନା ଯୋଗ୍ୟ :- ନାଜିର ପୋଷ୍ଟ ରେ କାର୍ଯ୍ୟରତ ଥିବା ଚନ୍ଦନା ମଣ୍ଡଳ ତହସିଲ ଅଫିସ କୁ ଆସିଥିବା ସରକାରୀ ଅର୍ଥ ରୁ ପ୍ରାୟ ୬୩ ଲକ୍ଷ ଟଙ୍କା ନିଜସ୍ୱ ଖର୍ଚ୍ଚ ନିମନ୍ତେ ଷ୍ଟେଟ୍ ବ୍ୟାଙ୍କ ରୁ ଉଠାଇ ଖର୍ଚ୍ଚ କରିଥିଲେ । ହେଲେ ସେ ଡାବୁଗାଁ ତହସିଲ ଅଫିସ କୁ ପ୍ରାୟ ୨ ବର୍ଷ ତଳେ ନାଜିର ପୋଷ୍ଟ ନିମନ୍ତେ ଦାଇତ୍ୱ ଗ୍ରହଣ କରିଥିଲେ । ଦାଇତ୍ୱ ଗ୍ରହଣ ପରେ ସେ ତହସିଲ କୁ ଆସିଥିବା ରାଜ୍ୟସ୍ଵ ଅର୍ଥ କୁ ହଡପ କରି ପ୍ରାୟ ୬୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ଡାବୁଗାଁ ଷ୍ଟେଟ୍ ବ୍ୟାଙ୍କ ରୁ ନିଜସ୍ୱ ଖର୍ଚ୍ଚ ପାଇଁ ଉଠାଇ ନେଇଛନ୍ତି। ହେଲେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି କି ବ୍ୟାଙ୍କ୍ ଶାଖା ପରିଚାଳକ ଙ୍କ ସିଲ୍ ଓ ଦସ୍ତଖତ ମଧ୍ୟ ଡୁଫ୍ଲିକେଟ୍ କରି ଥିବା ଦେଖିବାକୁ ମିଳିଛି। କାରଣ ଫେବୃଆରୀ ରୁ ମର୍ତ୍ୟୁବରଣ କରିଥିବା ଡାବୁଗାଁ ସାଖାପରିଚାଳକ ସ୍ବର୍ଗତ ରାକେଶ ହେମରମ ଙ୍କ ସିଲ ମରିବାର ମାସେ ଅର୍ଥାତ୍ ମାର୍ଚ୍ଚ ମାସ ରେ ବାଜିଛି କିପରି ? । ଏହି ସବୁ ଘଟଣା ଟି ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ ଙ୍କ ତଦନ୍ତରୁ ଜଣାପଡ଼ିଥିବା ସୂଚନା ମିଳିଛି । ଏପରି ଫର୍ଜରି ସିଲ ମାରି ଅନେକ ସରକାରୀ ରାଜ୍ୟସ୍ଵ ଅର୍ଥ ଆତ୍ମ ସାତ କରିଥିବା ଘଟଣା ଟି ଧୀରେ ଧୀରେ ସାମ୍ନାକୁ ଆସୁଥିବା ତହସିଲଦାର ସନ୍ଧ୍ୟା ସମରଥ ସୂଚନା ଦେଇଛନ୍ତି । ଏହି ଘଟଣାକୁ ଭିତି କରି ଡାବୁଗାଁ ତହସିଲଦାର ଡାବୁଗାଁ ଥାନା ରେ ଏକ ଏତଲା ଦେଇଥିଲେ । ଉକ୍ତ ଏତଲା କୁ ଭିତ୍ତିକରି ଥାନା କେସ ନଂ ୯୪/୨୧ ରେ ଏକ ମାମଲା ରୁଜୁକରି ମାମଲାର ତଦନ୍ତ ଜାରି ରଖିଥିବା ଏ ଏସ୍ ଆଇ ଚନ୍ଦ୍ର ଭାନୁ ମହାନ୍ତି ସୂଚନା ଦେଇଛନ୍ତି। ହେଲେ ଏବେ ଖାଲି ସରକାରୀ ଟଙ୍କା ୬୩ ଲକ୍ଷ ନା ତାହା ଠାରୁ ଅଧିକା ଏହାର ତଦନ୍ତ ଜାରି ରଖିଛନ୍ତି।

ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here