ରାଇକିଆ ଚୋରୀ ଅଭିଯୋଗରେ ଜଣେ ଗିରଫ

0
699

ରାଇକିଆ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ ଗତକାଲି ରାତ୍ରିରେ ଜଣେ ପେଷାଦାର ଚୋରକୁ ଗିରଫ କରିଥିବା ଜଣାପଡିଅଛି । ସୂଚନା ଅନୁଯାୟୀ ଗତକାଲି ବାଲିଗୁଡା ବି:ଇ:ଓ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରବୀଶଙ୍କର ନାୟକଙ୍କ କମ୍ପ୍ୟୁଟର ରୁମରୁ ଗୋଟିଏ ଲାପଟପ, କିବୋର୍ଡ, ମାଉସ ଦିନବେଳା ଚୋରୀ ହୋଇଯାଇଥିଲା । ସନ୍ଧ୍ୟା ସମୟରେ ରାଇକିଆ ବସଷ୍ଟାଣ୍ଡ ଠାରେ ଶରତ ଦିଗାଳ(୫୮) ଉକ୍ତ ସାମଗ୍ରୀ ଧରି ବିକ୍ରି କରିବା ପାଇଁ ଚେଷ୍ଟା କରୁଥିଲା ବେଳେ ଲୋକେ ସନ୍ଦେହ କରି ତାକୁ ରାଇକିଆ ପୋଲିସରେ ଜିମା ଦେଇଥିଲେ । ପୋଲିସ ଜେରା କରିବା ପରେ ଜାଣିପାରିଥିଲା ଉକ୍ତ ସାମଗ୍ରୀ ରବୀଶଙ୍କର ନାୟକଙ୍କର ଏବଂ ଶରତ ଦିଗାଳ ୨୦୧୭ ମସିହାରେ ଚୋରୀ କରିଥିବା ଅଭିଯୋଗରେ ଜେଲରେ ଥିଲା କିନ୍ତୁ କିଛିଦିନ ହେବ ଜାମିନରେ ଆସି ପୁଣି ଚୋରୀ ଚୋରୀ ଆରମ୍ଭ କରିଦେଇଛି । ରବୀଶଙ୍କରଙ୍କ ଲିଖିତ ଅଭିଯୋଗ ପରେ ରାଇକିଆ ପୋଲିସ ଥାନା କେସ ନମ୍ବର ୬୨/୧୯ ମାମଲା ରୁଜୁ କରି ଶରତ ଦିଗାଳ କୁ କୋର୍ଟ ଚାଲାଣ କରିଥିବା ଜି.ଉଦୟଗିରୀ ଏସଡିପିଓ ଜୟକୃଷ୍ଣ ବେହେରା ଏବଂ ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଅଲେଖ ଗରଡିଆ ଏକ ସାମ୍ବାଦିକ ସମ୍ମଳନୀରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here