ଖଲ୍ଲିକୋଟ ପୋଲିସ ଦ୍ବାରା ମୁକୁନ୍ଦପୁର ଛକ ନିକଟରେ ୧୭ ବସ୍ତା ଦେଶୀ ମଦ ସହ ଗୋଟିଏ ଅଟୋ, ତିନୋଟି ବାଇକ ଜବତ, ୬ ଗିରଫ

0
330

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଲକ ଡାଉନ, ସଟ ଡାଉନ ର ସୁଯୋଗ ନେଇ ଚୋରା ମଦ ବେପାରୀ ସେମାନଙ୍କ କାୟା ବିସ୍ତାର କରି ଚାଲିଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ସେମାନଙ୍କୁ ଧରିବା ପାଇଁ ଖଲ୍ଲିକୋଟ ଅଞ୍ଚଳରେ ଚଢ଼ାଉ କୁ ଜୋରଦାର କରିଛନ୍ତି ।ଆଦିବାସୀ ଅଧ୍ୟୁଷିତ ଗୁହାରିଆପାଟ ରେ ମଦ ପ୍ରସ୍ତୁତି ଏକ କୁଟୀର ଶିଳ୍ପ ରେ ପରିଣତ ହୋଇଛି ।ଏଠାରେ ଦେଶୀ ମଦ ପ୍ରସ୍ତୁତି ହୋଇ ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରାଯାଇ ଥାଏ । କିଛି ଦିନ ତଳେ ଗୁହାରିଆପାଟ ରୁ ସମଲ ଗ୍ରାମ ଦେଇ ଚିଲିକା ହ୍ରଦ ରେ ଚୋରା ଚାଲାଣ ହେଉଥିବା ୩୭ ବସ୍ତା ବେଆଇନ ଦେଶୀ ମଦ ସହ ଦୁଇଟି ଅଟୋ ଓ ଗୋଟିଏ ମୋଟର ଚାଳିତ ଡଙ୍ଗା କୁ ଖଲ୍ଲିକୋଟ ପୋଲିସ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା ତେବେ ଆଜି ପୁଣି ସକାଳୁ ବିପୁଳ ପରିମାଣର ବେଆଇନ ଦେଶୀ ମଦ ଗୁହାରିଆପାଟ ରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରାଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ପୋଲିସ ମୁକୁନ୍ଦପୁର ଛକ ନିକଟରେ ଚଢ଼ାଉ କରିଥିଲେ ।ଚଢ଼ାଉ ବେଳେ ୧୭ ବସ୍ତା ବେଆଇନ ଦେଶୀ ମଦ ସହ ଏକ ଅଟୋ ଓ ତିନୋଟି ବାଇକ ଜବତ କରାଯାଇଛି ।ଗୋଟିଏ ଗୋଟିଏ ବସ୍ତା ରେ ୫୦ ଲିଟର ଲେଖାଏଁ ଏଭଳି ୧୭ ଟି ବସ୍ତା ରେ ମୋଟ ୮୫୦ ଲିଟର ଦେଶୀ ମଦ ଥିବା ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ କହିଛନ୍ତି ।ଚୋରା ମଦ ଚାଲାଣ ଅଭିଯୋଗ ରେ ୬ ଜଣ ଙ୍କୁ ଗିରଫ କରାଯାଇଛି ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର. ୩୦୯,୩୧୦,୩୧୧,୩୧୨/୨୦୨୧ ଅନୁଯାୟୀ ୪ ଟି ମାମଲା ରୁଜୁ ହୋଇଛି । ଏହି ଚଢ଼ାଉ ରେ ଆଇଆଇସି ଙ୍କ ସମେତ ଏସଆଇ ଅମ୍ବିକା ବେଣିଆ, ଏ ଏସ ଆଇ ଆର. ନାରାୟଣ ରେଡ୍ଡୀ, କନେଷ୍ଟବଳ ରୁଦ୍ରପ୍ରତାପ ଭଟମିଶ୍ର ଓ ଅନ୍ୟ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here