ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁଗଲ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ

0
404

ଡାବୁଗାଁ(ନ୍ୟୁଜ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲାରେ ଦ୍ବିତୀୟ ଲହରୀ ରେ ଵୃଦ୍ଧି ପାଉଥିବା କରୋନା ସଂକ୍ରମଣ କୁ ପରିପ୍ରେକ୍ଷୀରେ ଆଜି ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ନବରଙ୍ଗପୁର, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି ଏବଂ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସରପଞ୍ଚ, ସମ୍ପୃକ୍ତ ଜିଲ୍ଲା ନୋଡାଲ ଅଧିକାରୀ ମାନଙ୍କୁ ନେଇ,ଜିଲ୍ଲାପାଳ, ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ଗୁଗୁଲ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ କରୋନା ସମୟରେ ସରପଞ୍ଚ ମାନଙ୍କ ଭୂମିକା,ଆପ୍ରାଣ ଚେଷ୍ଟା ଏବଂ ବଳିଷ୍ଠ ନେତୃତ୍ୱ ଯୋଗୁଁ ମହାମାରୀ କରୋନା କୁ ପ୍ରତିହିତ କରିପାରିଥିଲୁ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଜିଲ୍ଲାରେ ବର୍ତ୍ତମାନ ଦ୍ଵିତୀୟ ଲହରୀ ସମୟରେ ଆଶାନୁରୂପ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତେ ଉଦବେଗ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ମିଶ୍ର ସମସ୍ତଙ୍କ ସହଯୋଗ ଲଡିବା ସହିତ ସମୟ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶିକା ଏବଂ ଉପଦେଶ କୁ ଭଲ ଭାବରେ ବୁଝି କଡାକଡ଼ି ପାଳନ କରିବାକୁ ଅନୁରୋଧ କରିଥିଲେ। ସେହିପରି, ପ୍ରତ୍ୟେକ ଦିନ ରାତ୍ର ୮ ଘଣ୍ଟା ସମୟରେ, ସେହି ଦିନ ର ସଂକ୍ରମିତ ସଂଖ୍ୟା କୁ ତାଲିକାଭୁକ୍ତ କରି କଣ୍ଟେନମେଣ୍ଟ ଯୋନର ବ୍ୟବସ୍ଥା କରାଯାଇଛି, ତାକୁ କଡାକଡି ଭାବରେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। କ୍ଲଷ୍ଟର TMC ରେ ଯେଉଁ ମାନେ ସଂକ୍ରମିତ ହେଉଛନ୍ତି, ସେମାନଙ୍କୁ ମଧ୍ୟ CCC କୁ ନେଇ ମଧ୍ୟ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଆବଶ୍ୟକ ସ୍ଥଳେ ଗୁରୁତର ରୋଗୀଙ୍କୁ DCHC କୁ ସ୍ଥାନାନ୍ତର କରି ଆବଶ୍ୟକ ଚିକିତ୍ସା ର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ସରପଞ୍ଚ ମାନଙ୍କୁ ଅବଗତ କରିବା ସହିତ DCHC ରେ ICU ଏବଂ ଭେଣ୍ଟିଲେଟର ସ୍ଥାପନା ହୋଇଯାଇଛି ବୋଲି ଜଣାଇଥିଲେ । ବର୍ତ୍ତମାନ ରାଜ୍ୟ ସରକାର ଅନୁସନ୍ଧାନ, ପରୀକ୍ଷା, ଚିକିତ୍ସା କୁ ଗୁରୁତ୍ୱ ଦେବା ପରିପ୍ରେକ୍ଷୀରେ, ଗ୍ରାମ ଏବଂ ପଞ୍ଚାୟତ ସ୍ତରରେ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ସହିତ ଟୀକାକରଣ କରାଇବା ପାଇଁ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ବର୍ତ୍ତମାନ କିଛି ବେସରକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରାଜ୍ୟ ସରକାରଙ୍କ ପ୍ରଦତ୍ତ କରୋନା ସଚେତନତା ପ୍ରଚାର ପ୍ରସାର ଅଭିଯାନ ଆରମ୍ଭ କରୁଛନ୍ତି, ସେମାନଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଗୃହ ସଂଘରୋଧ ରେ ରହି ଚିକିତ୍ସିତ ହେଉଥିବା ବ୍ୟକ୍ତି ଯେପରି ବାହାରେ ନ ବୁଲେ, ତାଙ୍କ ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଯେଉଁ କରୋନା ର ସମ୍ମୁଖ ଯୋଦ୍ଧା ହିସାବରେ ଆଶା ଦିଦି, ଅଙ୍ଗନବାଡ଼ି ଦିଦି, ANM ଦିଦି ମାନେ ଘରକୁ ଘର ଯାଇ ସଂକ୍ରମଣ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରୁଛନ୍ତି, ସେମାନଙ୍କ ଯେମିତି କିଛି ଅସୁବିଧା ନ ହୁଏ, ସେଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ।
ଯେକୋୖଣସି ପରିସ୍ଥିତିରେ ଗ୍ରାମରେ ଯାନିଯାତ୍ରା , ଭୋଜିଭାତ ଜନ ଗହଳି ନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିବା ସହିତ, ଯଦି ଏହାର ବ୍ୟତିକ୍ରମ ଯିଏ କରେ, ତାହା ପ୍ରତି ଜାତୀୟ ମହାମାରୀ, ପ୍ରାକୃତିକ ବିପର୍ଯ୍ୟୟ ନିୟମ ଅନୁସାରେ ଦଣ୍ଡ ବିଧାନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତଙ୍କୁ ଅବଗତ କରାଇଥିଲେ। ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ପଲ୍ଲିସଭା ରେ ଅନୁମୋଦନ କରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମଯୋଗାଣ ଯୋଜନା ଜରିଆରେ ଅଧିକ କର୍ମ ଦିବସ ସୃଷ୍ଟି କରି କରି ସମସ୍ତଙ୍କୁ କାମ ଯୋଗାଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ଭର୍ଚୁଆଲ ବୈଠକରେ ପ୍ରକଳ୍ପ ନିର୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ରମାକାନ୍ତ ନାୟକ, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ, ରତ୍ନାକର ସାହୁଙ୍କ ସହିତ ସମ୍ପୃକ୍ତ ସରପଞ୍ଚ, ଜିଲ୍ଲା ନୋଡାଲ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗ ଦେଇଥିଲେ।

ରିପୋର୍ଟ-ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here