ଯୋଜନାବଦ୍ଧ ଭାବେ ଆକ୍ରମଣ କରି ଟଙ୍କା ଲୁଟ ଘଟଣାରେ ଧରା ପଡିଲେ ଦୁର୍ବୁତ୍ତ

0
341

ଆସିକା(ନ୍ୟୁଜଏକ୍ସଟ୍ରା ):ଆସିକା ଥାନା ଅନ୍ତର୍ଗତ ପିତଳ ନିକଟରେ ଥିବା ବିଦେଶୀ ମଦ ଦୋକାନର ସୁପରଭାଇଜର ଶିବରାମ ସେଠୀ ପ୍ରତିଦିନ ଟଙ୍କାନେଇ HDFC ବ୍ୟାଙ୍କରେ ତା’ର ମାଲିକଙ୍କ ଏକାଉଣ୍ଟରେ ଜମାକରିବା ପାଇଁ ଆସୁଥିଲେ ।ସାଙ୍ଗରେ ପ୍ରତିଦିନ ଆସୁଥିଲେ ଉଦୟ ଜାଦବ।ଉଦୟ ଯାଦବର ଟଙ୍କାପ୍ରତି ଲୋଭ ଆସିଯାଇଥିଲା।ସେଥିପାଇଁ ଯୋଜନାବଦ୍ଧ ଭାବେ ତା’ର ସାଙ୍ଗ ହୁଣ୍ଡତ ଗ୍ରାମର ସନ୍ତୋଷ କୁମାର ବେହେରାକୁ କହିଥିଲା।ସୁଚନା ମୁତାବକ ସନ୍ତୋଷ ଆଗରୁ ପେସାଦାର ଭାବେ ଚୋର ସହିତ କୁଖ୍ୟାତ ଡକାୟତ ଭାବେ ପରିଚିତ।ସନ୍ତୋଷ ତା’ର ଦୁଇଜଣ ସହଯୋଗୀ ପିତଳ ସନ୍ତୋଷ ପୁର ଗ୍ରାମର ବିକାଶ ଜେନା ଓ ପୁରୁଷୋତମପୁର ଅନ୍ତର୍ଗତ ଚୁଙ୍ଗୁଡିଘାଇ ଗ୍ରାମର କାହ୍ନୁ ମଣ୍ଡଳ ସହିତ ମିଶି ଦିନ 10 ଘଣ୍ଟ ସମୟରେ ଶିବରାମ ଓ ଉଦୟ ଉଭୟେ ମିଶି HDFC ବ୍ୟାଙ୍କକୁ ଯାଉଥିବା ସମୟରେ ଗୋଟିଏ ଏଭେଞ୍ଜର ଗାଡିରେ ଆସି ଆକ୍ରମଣ କରିବା ସହିତ ଉଦୟ ଯାଦବ ଠାରୁ କୌଶଳ କ୍ରମେ 1ଲକ୍ଷ ଟଙ୍କା ଛଡାଇ ନେଇ ଚାଲିଗଲେ।ପରବର୍ତ୍ତୀ ସମୟରେ ଉଦୟ ଯାଦବ ସହିତ ଅନ୍ୟ ତିନିଜଣ ଦୁର୍ବୁତ 25 ହଜାର ଟଙ୍କା ଲେଖାଏଁ ପରସ୍ପର ବାଣ୍ଟିଥିଲେ।ଏନେଇ ଆସ୍କା ଥାନାରେ ଅଭିଯୋଗ ହେବାପରେ ପୋଲିସ ଉକ୍ତ ଟଙ୍କା ଓ ଏଭେଞ୍ଜର ବାଇକ ନଂ OD07 09005’ସମେତ ଅଭିଯୁକ୍ତ ଚାରିଜଣଙ୍କୁ ଧରି କୋର୍ଟ ଚାଲଣ କରିଥିବା ଜଣା ପଡିଛି ।

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here