କୃଷି ଓ କୃଷକ ପ୍ରସଂଗରେ ବିଜେଡି ମତ ସ୍ପଷ୍ଟ କରୁ-ଚନ୍ଦ୍ରଶେଖର ନାଇଡୁ

0
288

ଗଜପତି : ବିବାଦୀୟ କୃଷି ଆଇନ ପ୍ରତ୍ଯାହାର ସହ ଶସ୍ଯର ସର୍ବନିମ୍ନ ସହାୟକ ମୂଲ୍ଯବୃଦ୍ଦି,ସ୍ବାମିନାଥନ କମିସନ ସୁପାରିଶ ଲାଗୁ କରାଯିବା ନେଇ ନେଇ ଗତ ଛ’ଅ ମାସରୁ ଉର୍ଦ୍ଦ୍ବ ସମୟ ଧରି ଦେଶର ଅନ୍ନଦାତା ମାନେ ଆନ୍ଦୋଳନ ଚଳାଇଛନ୍ତି।ତେବେ ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ କୃଷକ ମାନକଂର ସମସ୍ଯାନେଇ ମୁହଁ ନଖୋଲି ସମ୍ପୁଣ୍ନ ଚୁପ ରହିଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥି ଭି ଚନ୍ଦ୍ରଶେଖର ନାଇଡୁ।ଶ୍ରୀ ନାଇଡୁ କହିଛନ୍ତି ଗତ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜୁଜନତାଦଳ ନିଜର ନିର୍ବାଚନୀ ଇସ୍ତାହାର ରେ କୃଷକ ମାନଂକ ସ୍ବାର୍ଥକୁ ପ୍ରାଧାନ୍ଯ ଦେବାକୁ ପ୍ରିତିଶ୍ରୁତି ଦେଇଥିଲା।ଧାନର ସର୍ବନିମ୍ନ ସହାୟକ ମୂଲ୍ଯ ୨୯୩୦ ଟଂକାକୁ ବୃଦ୍ଦି କରିବ ନିଦ୍ଦିଷ୍ଟ ଭାବେ ଇସ୍ତାହାରରେ ଉଲ୍ଲେଖ ଥିଲା।ଏହା ସହ ନିର୍ବାଚନ ପୂର୍ବରୁ ଏହାକୁ ମୂଖ୍ଯ ରାଜନୈତିକ ପ୍ରସଂଗ ଭାବେ ନେଇ ବେଶ ତୁମ୍ବିତୋଫାନ କରିଥିଲା।କିନ୍ତୁ ସରଳ ଓଡିଶାବାସୀକଂ ବିଶ୍ବାସ ଜିତିବା ପରେ ବିଜେଡି ସେମାନକୁଂ ଧୋକ୍କା ଦେଇଛି ବୋଲି ମଧ୍ଯ ଶ୍ରୀ ନାଇଡୁ ଅଭିଯୋଗ କରିଛନ୍ତି।କୃଷି ଓ କୃଷକ ମାନକଂ ପ୍ରସଂଗରେ ଦେଶରେ କଂଗ୍ରେସ ଦଳ ସମେତ ୧୨ଟି ପ୍ରମୁଖ ରାଜନୈତିକ ଦଳ ଆସନ୍ତା ମଇ ୨୬ ତାରିଖ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଇଥିବା ପ୍ରତିବାଦକୁ ସମର୍ଥନ ଦେଉଥିବା ବେଳେ ବିଜେଡି ଏହା ଠାରୁ ଦୂରେଇ ରହିଛି।ଖାଲି ସେତିକି ନୁହଁ ଗତ ମଇ ୧୨ ତାରିଖରେ ବି ଏହି ରାଜନୈତିକ ଦଳମାନେ ପ୍ରଧାନମନ୍ତ୍ରୀକୁଂ ଏ ପ୍ରସଂଗରେ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ।ସେତେବେଳେ ମଧ୍ଯ ବିଜେଡି ଏହା ଠାରୁ ଦୂରେଇ ରହିଥିଲା,ଯାହା ଏବେ ବିଜେଡିର ନୈତିକତା ଉପରେ ପ୍ରଶ୍ନ ଉଠୁଛି ବୋଲି ଶ୍ରୀ ନାଇଡୁ କ୍ଷୋଭର ସହ କହିଛନ୍ତି।ରାଜ୍ଯର କୃଷି କ୍ଷେତ୍ରକୁ ଗଂଜାମ ଓ ଗଜପତି ଜିଲ୍ଲାର ବିଶେଷ ଅବଦାନ ଥିବା ବେଳେ ଏ ଦୁଇ ଜିଲ୍ଲାର କୃଷକ ବେଶ ଦୟନୀୟ ଅବସ୍ଥାରେ ଅଛନ୍ତି।ଗଂଜାମର ଧାନ ଚାଷୀ ଓ ଗଜପତି ଜିଲ୍ଲାର ମକା ଚାଷୀ ସବୁବେଳେ କ୍ଷତି ସହିଆସୁଛନ୍ତି।ସରକାରୀ ଧାର୍ଯ୍ଯ ମୁତାବକ ଧାନର ସର୍ବନିମ୍ନ ସହାୟକ ମୂଲ୍ଯ ୧୮୬୮ ଓ ମକା ର ମୂଲ୍ଯ ୧୮୫୦ ରହିଥିବା ବେଳେ ଚାଷୀ ପ୍ରଚୁର କ୍ଷତି ସହୁଛି।ଏପରିକି ସମୟେ ସମୟେ ଏହା ଠାରୁ ଢେର କମ ଦାମରେ ବି ଚାଷୀ ନିଜର ଶସ୍ଯ ବିକ୍ରି କରୁଥିବା ପରିଲକ୍ଷିତ ହେଉଛି।ତେଣୁ ଚାଷୀର ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଜେଡି ନିଜର ନିର୍ବାଚନ ଇସ୍ତାହାରକୁ କାର୍ଯ୍ଯକାରୀ କରିବାକୁ ଶ୍ରୀ ନାଇଡୁ ଦାବୀ କରିବା ସହ ଆସନ୍ତା ମଇ ୨୬ କୃଷକ ମାନଂକ ପ୍ରତିବାଦ ଦିବସକୁ ସମର୍ଥନ ଜଣାଇବାକୁ ସେ ଜନସାାଧାରଣକୁଂ ନିବେଦନ କରିଛନ୍ତି।।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here