ଜୁଲାଇ ୯ରୁ ୧୩ ସଟଡ଼ାଉନ ରହିବ ଗଞ୍ଜାମର ସବୁ ସହରାଞ୍ଚଳ

0
643

ଛତ୍ରପୁର(ନ୍ୟୁଜ ଏକ୍ସଟ୍ରା)ବର୍ତ୍ତମାନ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଲୋକେ କୋରନା ଆକ୍ରାନ୍ତ ହୋଇଛନ୍ତି।ତେଣୁ ଏହି ଭୟାବହ ପରିସ୍ଥିତିର ମୁକାବିଲା ପାଇଁ ଜୁଲାଇ ୯ରୁ ୧୩ଯାଏଁ ଗଞ୍ଜାମର ସବୁ ସହରାଞ୍ଚଳ ସଟଡ଼ାଉନ ରହିବା ନେଇ ଘୋଷଣା ହୋଇଛି ।ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ସେ କହିଛନ୍ତି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ସମେତ ପୌରପରିଷଦ ଅଞ୍ଚଳ, ଜିଲ୍ଲାର ସମସ୍ତ ଏନ୍‌ଏସି ଏବଂ ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ ଓ ଜଗନ୍ନାଥ ପ୍ରସାଦ ଆଦି ବ୍ଲକ ସଟ‌ଡାଉନ ରହିବ। ଏହି ସମୟରେ ସ୍ୱାସ୍ଥ୍ୟ କର୍ମୀ ଘରକୁ ଘର ବୁଲି ସର୍ଭେ କରିବେ। ଏହିପାଇଁ ୧୦୦ ଟିମ୍ ବ୍ରହ୍ମପୁରରେ ସର୍ଭେ କରିବେ। ଅନ୍ୟ ଅଞ୍ଚଳ ପାଇଁ ୧୦୦ ଟିମ ଗଠନ କରାଯାଇଛି। ଗୋଟିଏ ଟିମ ଦୈନିକ ୧୫୦ ଲୋକଙ୍କ ସ୍କ୍ରିନିଂ କରିବାକୁ ଟାର୍ଗେଟ ରହିଛି। ଏହି ସର୍ଭେବେଳେ ରୋଗାକ୍ରାନ୍ତ ଲୋକଙ୍କ ଡାଟାବେସ ପ୍ରସ୍ତୁତ କରାଯାଇ ହ୍ୱାଟ୍ସଆପ‌ ଗ୍ରୁପ କରାଯିବ। ଗ୍ରୁପରେ ନିୟମିତ ଯୋଗାଯୋଗ ସହ ଟେଲି ମେଡିସିନ ପରାମର୍ଶ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

LEAVE A REPLY

Please enter your comment!
Please enter your name here