ବିଦ୍ୟୁତ୍ ଚୋରି ଏବଂ କ୍ଷତି ରୋକିବ ପାଇଁ ସ୍ମାର୍ଟ ମିଟର ; ଶକ୍ତି ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

0
751

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଏଣିକି ଘରେ ଘରେ ଲାଗିବ ନୂଆ ପ୍ରିପେଡ୍ ଓ ସ୍ମାର୍ଟ ମିଟର। ବିଦ୍ୟୁତ ଚୋରି ଓ ଟାମ୍ପରିଂ ରୋକିବା ସହ ବୈଷୟିକ ଓ ବାଣିଜ୍ୟକ କ୍ଷତି ରୋକିବା ପାଇଁ ଶକ୍ତି ବିଭାଗର ଏ ହେଉଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।
ଶକ୍ତିମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସୂଚନା ଅନୁଯାୟୀ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ପ୍ରିପେଡ୍ ସ୍ମାର୍ଟ ମିଟର ଲାଗିଲେ ବିଦ୍ୟୁତ୍ ସରବରାହ କ୍ଷେତ୍ରରେ ହେଉଥିବା ବାଣିଜ୍ୟକ ଓ ବୈଷୟିକ କ୍ଷତିକୁ ରୋକିବା ସହିତ ବିଦ୍ୟୁତ୍ ଟାମ୍ପରିଂ ଓ ଚୋରି ଉପରେ ମଧ୍ୟ ଅଙ୍କୁଶ ଲଗାଯାଇ ପାରିବ । ପ୍ରଥମ ପର୍ଯ୍ୟାୟରେ ରାଉରକେଲା ଏବଂ ସମ୍ବଲପୁର ସହରରୁ ଏହାର ଶୂଭାରମ୍ଭ ହେବ। ପ୍ରିପେଡ୍ ମିଟର ଲାଗିଲେ ଗ୍ରାହକଙ୍କୁ ଆଗୁଆ ବିଦ୍ୟୁତ୍ ଦେୟ ଦେବାକୁ ହେବ। ଟଙ୍କା ସରିଗଲେ ଆପେଆପେ ମୋବାଇଲ ଫୋନ୍ ସେବା ସମାପ୍ତି ହେବା ଭଳି ବଦ୍ୟୁତ୍ କାଟ୍ ହୋଇଯିବ , ପୁଣି ରିଚାର୍ଜ କରିବାକୁ ପଡ଼ିବ ଓ ରିଚାର୍ଜ କଲେ ବଦ୍ୟୁତ ସଂଯୋଗ ଦିଆଯିବ । ବିଦ୍ୟୁତ୍ ଯୋଗାଉଥିବା ୪ଟି ବଣ୍ଟନ କମ୍ପାନୀ ସେସୁ, ନେସ୍କୋ, ସାଉଥ୍କୋ ଏବଂ ୱେଷ୍ଟକୋକୁ ପ୍ରତ୍ୟେକ ୧ ଲକ୍ଷ ମିଟର ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ପ୍ରଥମେ ସରକାରଙ୍କ ପକ୍ଷରୁ ୪୫୦୦ମିଟର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ତେବେ ଏହି ସ୍ମାର୍ଟ ମିଟରରେ ଯଦି କେହି ଗଫ୍ଲାତି କରିବାକୁ ଚେଷ୍ଟା କରନ୍ତି ତେବେ ତାହା ସହଜରେ ଜଣାପଡ଼ିବ । ଏହି ମିଟରକୁ କେହି ସ୍ଲୋ କିମ୍ବା ଟାମ୍ପରିଂ କରିପାରିବେ ନାହିଁ ସେଭଳି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here