ଶିବ ଆତଙ୍କରୁ ମୁକ୍ତି ପାଇଁ ଗ୍ରାମବାସୀ ଏସ୍ପିଙ୍କୁ ଦେଲେ ଦାବୀ ପତ୍ର

0
719

ବ୍ରହ୍ମପୁର ୧୯/୦୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଅପରାଧ ଦୁନିଆରେ ଆତଙ୍କ ସୃଷ୍ଟି କରିଚାଲିଥିବା ଏକ ଅପରାଧୀ ହେଉଛି ଶିବ ସେଠୀ । ବ୍ରହ୍ମପୁର ଉପଖଣ୍ଠ ତଥା ଗୋପାଳପୁର ଥାନା ଅଧିନରେ ଥିବା ବଡ଼କୁସ୍ତଳୀ ଗ୍ରାମର ଶିବ ସେଠୀଙ୍କ ଆତଙ୍କରେ ଆତଙ୍କିତ ହୋଇ ପଡ଼ିଛନ୍ତି ଗ୍ରାମବାସୀ । ଛୋଟ ବଡ ବ୍ୟାସାୟୀଙ୍କୁ ତଥା ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା, ଦାଦା ବଟି ଆଦାୟ କରିବା ସହ ତାର ସହକର୍ମୀ ମାନଙ୍କୁ ବିଭିନ୍ନ ଗ୍ରାମ ଗୁଡିକୁ ପଠାଇ ଆତଙ୍କରାଜ ଜାରି ରଖିବା ହେଉଛି ତାହାର ନିତିଦିନିଆ କାମ ।

ଶୀତଳାପଲ୍ଲୀ, ବଡ଼ଗୁମୁଳା, ଟାଟା କଲୋନୀ, ଭାବିନାରାୟଣପୁର ,ଲକ୍ଷ୍ମୀପୁର ଗ୍ରାମ ସହଏନ.ଏଚ ୫ରେ ଆତଙ୍କରାଜ ଚଳାଇ ଅପରାଧିକ ସାମ୍ରାଜ୍ୟକୁ ବିସ୍ତାର କରି ସାରିଲାଣି । ଏହାର ପ୍ରତିକାର କରିବା ପାଇଁ ଏବଂ ବିହିତ ପଦକ୍ଷେପ ନିମନ୍ତେ ବ୍ରହ୍ମପୁର ଆରକ୍ଷୀ ଅଧକ୍ଷ ଶ୍ରୀ ପିନାକ ମିଶ୍ରଙ୍କୁ ଭେଟି ତାଙ୍କୁ ଗୁହାରି ଜଣାଇ ଦାବି ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here