ବ୍ରହ୍ମପୁର ସହରରେ ବଢୁଥିବା ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ପାଇଁ ଫ୍ଲାଏ ଓଭର ନିର୍ମାଣ ଦାବୀ।

0
655

ବ୍ରହ୍ମପୁର (ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ) : ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟବସାୟୀକ
କ୍ଷେତ୍ର ଭାବେ ପରିଚିତ ବ୍ରହ୍ମପୁର ସହର ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ଏହାର ସମାଧାନ ପାଇଁ ଦୃଢ ଦାବୀ କରିଛନ୍ତି। କ୍ରମାଗତ ଜନସଂଖ୍ୟା ବୃଦ୍ଧି ସହ ଯାନବାହାନ ଚଳାଚଳ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ସହରର ବ୍ୟବସାୟିକ କ୍ଷେତ୍ର ପ୍ରତି ପ୍ରଶାସନ ଅଣ ଦେଖା କରୁଥିବା ଯୋଗୁଁ ବହୁ ଛୋଟବଡ ଦୋକାନ ବଜାର ବିଭିନ୍ନ ସ୍ଥାନରେ ଖୋଲିବା ସହ କେତେକ ସ୍ଥାନରେ ରାସ୍ତା ଉପରେ ଜବର ଦାଖଲ କରିଛନ୍ତି | ଗୋଟିଏ ପଟେ ପୂରାତନ ରାସ୍ତାର ସଂକୀର୍ଣ୍ଣତା ସହ ଯାନବାହାନ ଓ ଲୋକଙ୍କ ଚଳାଚଳ ପାଇଁ ବିଭିନ୍ନ ସମୟରେ ଟ୍ରାଫିକ ଜାମ ହେବା ଏକ
ସାଧାରଣ ଘଟଣାରେ ପରିଣତ ହୋଇଛି। ଏପରିକି ସ୍କୁଲ କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବେଳେ ବେଆଇନ ପାର୍କିଙ୍ଗ ଯୋଗୁଁ
ଘଣ୍ଟାଘଣ୍ଟା ଧରି ରାସ୍ତା ଉପରେ ଯାନବାହାନ ଅଟକି ରହୁଥିବା ଦେଖାଯାଇଛି। ସେହିଭଳି
ଜରୁରୀକାଳୀନ ସେବାରେ ନିୟୋଜିତ ଅଗ୍ନିଶମ ଗାଡି ଠାରୁ ଆରଂଭ କରି ଆମ୍ବୁଲେନ୍ସ ସେବା ପାଇବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ଆସ୍କାରୋଡ ଠାରୁ ଗେଟବଜାର ଦେଇ ସିଟି
ହସ୍ପିଟାଲ ଓ ଖଲ୍ଲିକୋଟ କଲେଜ ସମ୍ମୁଖରେ ସର୍ବଦା ରାସ୍ତା ଜାମ ରହୁଥିବା ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ ବ୍ୟପର୍ଯ୍ୟସ୍ତ ହୋଇପଡିଛି। ଗୋଟିଏ ପଟେ ରାସ୍ତାପାର୍ଶ୍ୱରେ ଗଢ଼ିଉଠିଥିବା ଜବରଦଖଲ ବ୍ୟବସାୟିକ ପସରା ବିଭିନ୍ନ ରାଜନୈତିକ ଦଳର ଛତ୍ରଛାୟା ତଳେ ଥିବା ଯୋଗୁଁ ସେମାନଙ୍କୁ ଉଚ୍ଛେଦ କରିବା ଦିଗରେ ସ୍ଥାନୀୟ ପୋଲିସ ଓ ପୌର ପ୍ରଶାସନ ପାଇଁ କଷ୍ଟକର ହୋଇପଡିଛି। ତେବେ ଏହି ସମସ୍ୟା କ୍ରମାଗତ ଭାବେ ଜଟିଳ
ହେଉଥିବା ଯୋଗୁଁ ରାଜ୍ୟ ସରକାର ତୁରନ୍ତ ଆସ୍କାରୋଡ଼ ଠାରୁ ଗେଟବଜାର ଦେଇ ସିଟି ହସ୍ପିଟାଲ ପର୍ଯ୍ୟନ୍ତ ଗୋଟିଏ ଏବଂ ଖଲ୍ଲିକୋଟ କଲେଜ ସମ୍ମୁଖରେ ଅନ୍ୟଏକ ଫ୍ଲାଏଓଭର ବ୍ରିଜ ନିର୍ମାଣ କରିବା ପାଇଁ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here