ଜଗତୁଗୁଡା ସ୍କୁଲ ମିଶ୍ରଣକୁ ବିରୋଧ କରି ଦାବିପତ୍ର ପ୍ରଦାନ

0
360

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଗତୁଗୁଡା ଗ୍ରାମର ଗ୍ରାମବାସୀ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣ କୁ ବିରୋଧ କରି ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ କୋଷାଗୁମୁଡା ବିଡ଼ିଓ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ କମ ଛାତ୍ର ଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରି ନିକଟରେ ଥିବା ବିଦ୍ୟାଳୟରେ ମିଶେଇ ଦେବାକୁ ଘୋଷଣା କରିଥିଲେ । ଏହି ଘୋଷଣା ରେ ଜଗତୁଗୁଡା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର କୁ ନିକଟସ୍ଥ ନୂଆଗୁଡା ଗ୍ରାମରେ ଥିବା ବିଦ୍ୟାଳୟରେ ମିଶ୍ରଣ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଜଗତୁଗୁଡା ଗ୍ରାମବାସୀ ବିରୋଧ କରିଛନ୍ତି । ପୂର୍ବରୁ ଜଗତୁଗୁଡା ଗ୍ରାମରେ ବିଦ୍ୟାଳୟ ନଥିଲା । ଏଠାକାର ଛାତ୍ର ଛାତ୍ରୀ ପ୍ରାୟ ୪ କିଲୋମିଟର କୋଡ଼ିଙ୍ଗା ଗ୍ରାମରେ ଥିବା ବିଦ୍ୟାଳୟ ଉପରେ ନିର୍ଭର କରୁଥିଲେ । ଗ୍ରାମବାସୀ ଗ୍ରାମରେ ବିଦ୍ୟାଳୟ ଖୋଲିବା ପାଇଁ ବାରମ୍ବାର ଦାବି କରିବାରୁ ଗତ ୨୦୦୧ ମସିହାରେ ଗ୍ରାମରେ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । କିନ୍ତୁ ବର୍ତ୍ତମାନ ଏଠାରେ କମ ସଂଖ୍ୟକ ପିଲା ଥିବା ଦର୍ଶାଇ ବିଦ୍ୟାଳୟ କୁ ବନ୍ଦ କରିବା ପାଇଁ ନିଷ୍ପତ୍ତି କୁ ଗ୍ରାମବାସୀ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି । ଦାବିପତ୍ର ରେ ଉଲ୍ଲେଖ କରାଯାଇଛି କି ଜଗତୁଗୁଡା ବିଦ୍ୟାଳୟରେ ବର୍ତ୍ତମାନ ୨୫ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । କିନ୍ତୁ ରାଜ୍ୟ ସରକାର ଘୋଷଣା କରିଛନ୍ତି କି ୨୦ ରୁ କମ ଥିବା ପିଲା ଙ୍କ ବିଦ୍ୟାଳୟ କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି । କିନ୍ତୁ ଏଠାରେ ୨୫ ରୁ ଉର୍ଦ୍ଧ୍ବ ପିଲା ରହିଛନ୍ତି । ଏଭଳି ଘୋଷଣା ହେବାରୁ ଚଳିତ ବର୍ଷ ପିଲାମାନଙ୍କୁ ପୋଷାକ , ଜୋତା , ବହିପତ୍ର , ମଧ୍ୟାହ୍ନ ଭୋଜନର ଚାଉଳ ଓ ଟଙ୍କା ପାଇବାରୁ ବଞ୍ଚିତ ରହିଛନ୍ତି । ଏନେଇ ଗତ ୨୦୨୦ ମସିହାରେ ସମସ୍ତଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଆଗାମୀ ୧୫ ଦିନ ମଧ୍ୟରେ ଯଦି ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି କୁ ପ୍ରତ୍ୟାହାର କରାନଯାଏ ତେବେ ଗ୍ରାମବାସୀ ସମସ୍ତ ପିଲାଙ୍କୁ ବିଦ୍ୟାଳୟ କୁ ନ ପଠେଇ ଅଧାରୁ ପାଠ ଛଡାଇ ଦେବୁ , ଏହାର ଦାୟୀ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ରହିବେ । ଏଣୁ ଜଗତୁଗୁଡା ଗ୍ରାମର ଥିବା ବିଦ୍ୟାଳୟ କୁ ପୁନ୍ନବାର ଆରମ୍ବ କରିବା ପାଇଁ ଗ୍ରାମବାସୀ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here