ଟ୍ରକ ଓଲଟି, ୨ ଆହତ

0
266

ପାରଳାଖେମୁଣ୍ଡି, (ନ୍ୟୁଜଏକ୍ସଟ୍ରା) ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ଗ୍ରାମ ନିକଟସ୍ଥ ମୁଖ୍ୟ ରାସ୍ତା ଉପରେ ଆଜି ଏକ ମାଲବାହୀ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଜାଇଥିବା ବେଳେ। ଉକ୍ତ ଘଟଣା ସ୍ଥଳେ ଅଞ୍ଚଳ ବାସି ପହଞ୍ଚିଥିଲେ, ଘଟଣା ସ୍ଥଳରେ ଏହି ଟ୍ରକର ଡ୍ରାଇଭର ଓ ହେଲ୍ପର ଆହତ ହୋଇ ଥିବା ଦେଖି ଅଞ୍ଚଳବାସୀ କାଶୀନଗର ଥାନା କୁ ଖବର ଦେଇଥିଲେ। ସ୍ଥଳରେ କାଶୀନଗର ପୁଲିସ ପହଞ୍ଚିଥିଲେ ଏବଂ ଗୁରୁତର ହୋଇଥିବା ଦୁଇ ଜଣ ବ୍ୟକ୍ତି ଙ୍କୁ କାଶୀନଗର ଡାକ୍ତରଖାନାକୁ ଚିକିତ୍ସିତ ପାଇଁ ପଠାଇ ଦୁଇଜଣଙ୍କୁ ଚିକିତ୍ସା କରାଯାଉଥିବା ଜଣାପଡିଛି। ଓଲଟି ଥିବା ଟ୍ରକ ନମ୍ବର ଏପି ୦୭ ଟିୟୁ ୭୭୫୮ ନମ୍ବର ବିଶିଷ୍ଠ ଟ୍ରକଟି । । ବର୍ତମାନ ଦୁଇ ଆହତ ଥିବା ଡ୍ରାଇଭର ଓ ହେଲ୍ପର ଅବସ୍ଥା ବିପଦମୁକ୍ତଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । କାଶୀନଗର ପୁଲିସ ଥାନାରେ ଏନେଇ ୨୯/୨୧ରେ ମକଦ୍ଦମା ରୁଜୁ ହୋଇ ତଦନ୍ତ ଜାରି ଥିବା ଥାନା ଅଧିକାରୀ ଙ୍କ ଠାରୁ ସୁଚନା ମିଳିଛି ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here