କୁମାରସୁଣି ଜଙ୍ଗଲ ରେ ନିଆଁ

0
268

ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା ) ବେଲଗୁଣ୍ଠା ବ୍ଳକ ଅଧିନ ପଥର।ପଲ୍ଲୀ ଠାରୁ ବଜ୍ରଗଡ଼ ପ୍ରଯନ୍ତ କୁମାରସୁଣି ଜଙ୍ଗଲ ରେ ନିଆଁ ଲାଗି ହେକ୍ଟର ହେକ୍ଟର ବଣ ପୋଡ଼ି ବା ସହ ନିରୀହ ବଣ ଜୀବ ଙ୍କ ଜୀବନ ଯାଉଛି ।ଗତ କିଛି ଦିନ ହେଲା ଟାଙ୍ଗରାଇ ବଣ ମଧ୍ୟ ଏହିପାରି ନିଆଁ ଲାଗି ହେକ୍ଟର ହେକ୍ଟର ବଣ ଜଳି ବାର ବିଭିନ୍ନ ଖବରକାଗଜ ପ୍ରକାଶିତ ହୋଇଥିଲା ହେଲେବି ବନ ବିଭାଗର ଅଧିକାରୀ ମାନେ ନୀରବରେ ଅଛନ୍ତି । ବଣ ରେ ନିଆଁ ଲାଗିବା ହେତୁ କିଛି ଜଙ୍ଗଲ ଜୀବ ପ୍ରାଣ ବିକଳରେ ଜନବସତି ଆଡ଼େ ପଲେଇ ଅସ୍ଜୁଛନ୍ତି ଯାହା ଯୋଗୁଁ ସାଧାରଣ ଲୋକ ମାନେ ପ୍ରଭାବିତ ହେଉଛନ୍ତି ଓ ନିରୀହ କୃଷକ ବାପୁଡ଼। ଏହି ପ୍ରବଳ ଖରାରେ ପାଣିର ଘୋର ଅଭାବ ରେବି ଚାଷୀ ବାପୁଡ଼। ମୁଣ୍ଡ ଝାଳ ତୁଣ୍ଡରେ ମାରି ଡହ ଡହ ଖରାକୁ ଭ୍ରୁକ୍ଷେପ ନ କରି ତାର କ୍ଷେତକୁ ସେ ପାଣି ଯୋଗାଉଛି ଓ ତା କର୍ତବ୍ୟ ସେ କରିଚାଲିଚି ହେଲେ ଜଙ୍ଗଲରେ ନିଆଁ ଲାଗିବା ହେତୁ ବନ୍ୟଜନ୍ତୁ ଗାମୁହାଁ ହୋଇ ଫସଲ ନଷ୍ଟକରୁଛନ୍ତି ।ଏଣୁ ଜଂଗଲ ବିଭାଗର ପ୍ରମୁଖ ଅଧିକାରୀ ଦୃଷ୍ଟି ଦେଇ ଏହି ନିରୀହ କୃଷକ ଙ୍କ ଓ ନିରୀହ ଜୀବ ଙ୍କ ଜୀବନ ଓ ଜୀବିକା କୁ ସୁରକ୍ଷିତ ରଖିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ନତୁବା ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ ହେବାର ସମ୍ଭାବନା ରହିଛି।

ରିପୋର୍ଟ :ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here