ତାଳସର ରେ ଯୁବକକୁ ଖଣ୍ଡା ରେ ଅତର୍କିତ ଆକ୍ରମଣ

0
486

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ତାଳସର ଗ୍ରାମର ନିରଞ୍ଜନ ଭୂୟାଁ ଓରଫ ସତ୍ୟବାନ ବୟସ ୩୭ ନିଜ ଘର ବାରଣ୍ଡାରେ ସନ୍ଧ୍ୟା ସମୟରେ ବସି ମୋବାଇଲ ଫୋନ ଦେଖୁଥିବା ବେଳେ ସେହି ଗ୍ରାମର ଜୈନକ ଯୁବକ ହଟାତ୍ ଏକ ଖଣ୍ଡା ଧରି ଆସି ନିରଞ୍ଜନକୁ ଛୋଟ ପରେ ଛୋଟ ପକାଇ ମରଣାନ୍ତକ ଆକ୍ରମଣ କରି ଚମ୍ପଟ ମାରିଛି। ଖବର ଲେଖିବା ସୁଦ୍ଧା ନିରଞ୍ଜନ ଗୁରୁତର ଅବସ୍ଥାରେ ଏବେ ସୁମଣ୍ଡଳ ମେଡିକାଲ୍ ରେ ଚିକିତ୍ସିତ ହେଉଛନ୍ତ । ଆକ୍ରମଣ ର କାରଣ ଜଣା ପଡି ନାହିଁ । ତାଳସର ରେ ଚାପା ଉତ୍ତେଜନା ଲାଗି ରହିବା ସହ ଆଶଙ୍କା ଖେଳିଯାଇଛି ।

ରିପୋର୍ଟ :ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here