ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ମୋହନା ବ୍ଲକ ଗସ୍ତ

0
292

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ମୋହନା ବ୍ଲକ ରେ ଆସନ୍ତା କାଲି ହେବାକୁ ଯାଉଥିବା ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନାର ବିଭିନ୍ନ ଭିତ୍ତିଭୂମି ତଦାରଖ କରିବା ପାଇଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା    ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ ପରିଦର୍ଶନ କରିଛନ୍ତି l ଜିଲ୍ଲାପାଳ ମୋହନା ବ୍ଲକ ଓ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ପୋଲିଙ୍ଗ ପାର୍ଟି ଦ୍ୱାରା ଗ୍ରହଣ କରିବାକୁ ଥିବା ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଷ୍ଟ୍ରଙ୍ଗରୁମ ଗୁଡ଼ିକର ନିରାପତ୍ତା ସଂମ୍ପର୍କରେ ଯାଞ୍ଚ କରିଥିଲେ l ମୋହନା ବ୍ଲକର ପ୍ରଥମ ପ୍ରଯ୍ୟାୟରେ 16ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ l ଏଣୁ ସାମଗ୍ରୀ ବିତରଣ କେନ୍ଦ୍ରଗୁଡିକରେ ବିଭିନ୍ନ କାଉଣ୍ଟର ଖୋଲାଯାଇ ଆନୁସାଙ୍ଗିକ ସାମଗ୍ରୀଗୁଡିକ ଶାନ୍ତିଶୃଙ୍ଖଳାର ସହିତ  ବିତରଣ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱରୋପ କରିଥିଲେ l
    କେନ୍ଦ୍ରଗୁଡିକରେ ପାନୀୟ ଜଳ ଯୋଗାଣ ଓ  ନିରବଛିନ୍ନ  ବିଦ୍ୟୁତ ସେବା ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଥିଲେ l ଭୋଟ ବାକ୍ସ ଗୁଡାକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗରୁମଗୁଡିକର ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ପରାମର୍ଶ ଦେଇଥିଲେ l ଏହି ପରିଦର୍ଶନ ସମୟରେ  ପିଡି ଡିଆରଡିଏ  ଅନାମ ଚରଣ ପାତ୍ର 
ମୋହନା ବ୍ଲକ ବିଡ଼ିଓ ତପସ୍ୱନୀ ହାଁସଦା, ତହସିଲଦାର ଶ୍ରୀ କିଶୋର ଚନ୍ଦ୍ର ଦାସ  ଓ ନିୟୋଜିତ ଥିବା ବେଳେ  ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିବା ପ୍ରଶାସନିକ ପକ୍ଷରୁ ସୂଚନା ପ୍ରଦାନ କରିଛନ୍ତି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here