କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ ମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ

0
236

କନ୍ଧମାଳ:(ନ୍ୟୁଜ ଏକ୍ସଟ୍ରା): କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଦିନିକିଆ କନ୍ଧମାଳ ଗସ୍ତ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ୍‌ର ମୁଣ୍ଡିଗଡ଼ ମାନସିଂ ମିନି ଷ୍ଟାଡିୟମରେ ବାୟୁସେନା ହେଲିକେପ୍ଟରରେ ପହଁଚି ମୁଣ୍ଡିଗଡରେ ଏକଲବ୍ୟ ଆବାସିକ ବିଦ୍ୟାଳୟର ଶିଳାନ୍ୟାସ କରିବାସହ ସାଧାରଣ ସଭାରେ ଯୋଗଦେଇଥିଲେ ମନ୍ତ୍ରୀ । ଏହାପରେ ଜଲେଶପଟ୍ଟା ସଂସ୍କୃତ ଆଶ୍ରମରେ ପହଞ୍ଚି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବାସହ ଆଶ୍ରମ ପରିଦର୍ଶନ କରିଥିଲେ । ଏହାପରେ ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କ ସହ କୁଟିଆ କନ୍ଧ ଉନ୍ନୟନ ସମିତିର ସମୀକ୍ଷା ବୈଠକ କରି ଫେରିଛନ୍ତି ମନ୍ତ୍ରୀ ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here