କବିସୂର୍ଯ୍ୟନଗରେ ବିଜେପି ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
273

ଆସିକା(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗୁଡ଼ିଆଳି ଛକ କଲ୍ୟାଣ ମଣ୍ଡପ ଠାରେ ବିଜେପି ପକ୍ଷରୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଦଳୀୟ କର୍ମକର୍ତା ମାନଙ୍କୁ ଉତ୍ସାହିତ କରିବା ସହିତ କେନ୍ଦ୍ରସରକାର ଙ୍କ ଜନହିତକର ଯୋଜନା କୁଡ଼ିକ ବିଷୟରେ ଆଲୋଚନା କଲେ ଏବଂ ରାଜ୍ୟସରକାର ଙ୍କ ଜନମାରଣା ନୀତିକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାକୁ କର୍ମୀମାନଙ୍କୁ କହିଥିଲେ l ଆଗାମୀଦିନ ରେ ଅନୁଷ୍ଠିତ ହେବାକୁ ଥିବା ପୌର ଓ ପଞ୍ଚାୟତ ନିର୍ବାଚନ ରେ କିଭଳି ଦଳୀୟ ସଂଗଠନ କୁ ମଜବୁତ କରି ବୁଥ ସ୍ତରୀୟ ସଂଗଠନକୁ ସୁଦୃଢ କରିବାକୁ ଏହି କାର୍ଯ୍ୟକାରିଣୀରେ ବିଜେପି ରାଜ୍ୟ ଉପସଭାପତି ଅନିତା ସୁଭଦର୍ଶନୀ ଦଳୀୟ କର୍ମକର୍ତା ଙ୍କୁ ନିଜ ଉଦବୋଧନରେ କହିଥିଲେ l ଏହି ଅବସରରେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଓ ଦଳୀୟ ଉପସଭାପତି, ସମ୍ପାଦକ ସମେତ ଆଗଧାଡିର ନେତାମାନେ ଯୋଗଦେଇଥିଲେ l

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here