ଏପ୍ରିଲ ୯ ରୁ ବ୍ରହ୍ମପୁର ମା ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା

0
298

ବ୍ରହ୍ମପୁର() ଆସନ୍ତା ଏପ୍ରିଲ ୯ ତାରିଖ ମଧ୍ୟରାତ୍ର ରୁ ମା ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ଆରମ୍ଭ ହେବ । ରାତ୍ର ୯ଟା ରୁ ୧୧ ଟା ମଧ୍ୟରେ ମା କୁ ଡାକରା ପାଇଁ ଯିବେ । ଏହାପରେ ରାତ୍ର 12 ଟା ରୁ 4 ଟା ମଧ୍ୟରେ ମା ଆସିବେ ବାପା ଘର କୁ ଅର୍ଥାତ୍ ଦେଶିବେହେରା ସାହିକୁ । ପାରମ୍ପାରିକ ରୀତିନୀତିରେ ସାଧାରଣ ଜନତାଙ୍କ ଉପସ୍ଥିତରେ ମା’ଙ୍କ ଆଗମନ ପାଇଁ ଶୁଭ ବେଳାର ସୂଚନା ପ୍ରଦାନ କରିଛନ୍ତି ସିଦ୍ଧାନ୍ତୀ । ଯାତ୍ରା ୭ ଦୀନ ଧରି ଅନୁଷ୍ଟିତ ହେବ । କରୋନା କୁ ଦୃଷ୍ଟି ରେ ରଖି ସମୟ ବୃଦ୍ଧି କରାଯିବ । ଶୁଭ ଖୁଣ୍ଟି ସ୍ଥାପନ ସମୟ ରେ ଯାତ୍ରା ପରିଚାଳକ p. ଦୁର୍ଗା ପ୍ରସାଦ ଦେଶୀ ବେହେରା , ବିଧାୟକ ବିକ୍ରମ ପଣ୍ଡା, ସୁବାସ ମହାରଣା. ଟି. ଗୋପୀ. ପି. ଆଶାରାଣୀ ଙ୍କ ସମେତ ବହୁ ଭକ୍ତ ଓ ଜନ ସାଧାରଣ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟି ରେ ରଖି ପୋଲିସ୍ ଉପସ୍ଥିତ ଥିଲେ । ବିଳମ୍ବିତ ରାତ୍ର ପ୍ରାୟ ୧.୩୦ ମିନିଟ ରେ ଦେଶି ବେହେରା ସାହି ରେ ଶୁଭ ଖୁଣ୍ଟି ସ୍ଥାପନ ହେଇଥିଲା ।

LEAVE A REPLY

Please enter your comment!
Please enter your name here