ମଧୁବାବୁ ପେନସନ ଓ ଦିବ୍ୟାଙ୍ଗ ଉପକରଣ ବଣ୍ଟନ

0
156

ବୁଗୁଡା : ବୁଗୁଡା ବ୍ଲକ ପରିସରର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅକ୍ଟୋବର ୬ ତାରିଖ ଦିନ ମଧୁବାବୁ ପେନସନ ଓ ଦିବ୍ୟାଙ୍ଗ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୦ ଜଣ ବୃଦ୍ଧ ବୃଦ୍ଧା ହିତାଧିକାରୀଙ୍କୁ ମଧୁବାବୁ ପେନସନ ବଣ୍ଟନ ହୋଇଥିବା ବେଳେ ୨୮ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଟ୍ରାଇ ସାଇକଲ ଓ ୧୬ ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ହୁଇଲ ଚେୟାର, ଆଶା ବାଡ଼ି ଓ ଅନ୍ୟାନ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କୁ ପେନସନ ଓ ଉପକରଣ ବଣ୍ଟନ କରିଥିଲେ। ବୁଗୁଡା ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଓ ବିଏସଏସଓ ସୁପ୍ରିୟା ତ୍ରିପାଠୀଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସାଂସଦ ପ୍ରତିନିଧି କବିରାଜ ଗୌଡ଼ ଓ ମୁକୁନ୍ଦ ନାୟକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ। ବ୍ଲକ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here