ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ଗାନ୍ଧୀ ସ୍ମରଣ ସମାବେଶ

0
309

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ଗଜପତି ଜିଲ୍ଲା କାଶୀନଗର ବଂଶଧାରା ପାଠାଗାର ପରିସରରେ ଗାନ୍ଧୀ ସ୍ମରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମିଳନୀର ସଭାପତି ପ୍ରଶାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର, କାଶୀନଗର ପ୍ରସକ୍ଲବ ସଭାପତି ହୃଷିକେଶ ଗୌଡ଼, ଯୁବ ସମାଜସେବୀ ରଘୁନାଥ ସାହୁ ଅତିଥିଭାବେ ଯୋଗ ଦେଇଥିଲେ । ସାମ୍ବାଦିକ ମନୋଜ କୁମାର ଚୌଧୁରୀ, ରାଜେଶ ମିଶାଲ, ରାଜେଶ ପଟ୍ଟନାୟକ, ଟି. କ୍ରିଷ୍ଣା, ଆର. ଲୋକନାଥମ, ପ୍ରଶାନ୍ତ ସାହୁ, ଆଇନଜୀବୀ ଏମ. ପ୍ରବୀଣ କୁମାର, ଅବସରପ୍ରାପ୍ତ ଶିକ୍ଷକ ତ୍ରିନାଥ ନାୟକ, ସ୍ୱେଚ୍ଛାସେବୀ ସୁଜନ କୁମାର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସାମ୍ପ୍ରଦାୟିକ ଶକ୍ତିମାନଙ୍କ ପ୍ରତିରୋଧ, ଦେଶର ସମ୍ବିଧାନ ଓ ଗଣତନ୍ତ୍ର ସୁରକ୍ଷାରେ ଗାନ୍ଧିଜୀଙ୍କ ଆଦର୍ଶର ମହନୀୟତା ସମ୍ପର୍କରେ ଆଲୋକପାତ ସହ ଗାନ୍ଧିଜୀଙ୍କ ସମ୍ପର୍କରେ କୁତ୍ସାରଟନା ପ୍ରୟାସକୁ ନିନ୍ଦା କରାଯାଇଥିଲା । ଏହି ଅବସରରେ ଗଞ୍ଜାମ ଜିଲ୍ଲାରୁ ପ୍ରକାଶ ପାଉଥିବା ପତ୍ରିକା “ଘଡ଼ଘଡ଼ି” ଉନ୍ମୋଚିତ ହୋଇଥିବା ବେଳେ ବଂଶଧାରା ପାଠାଗାର ତରଫରୁ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here