ଚାଞ୍ଚଲ୍ୟ :ଦିଗପହଣ୍ଡିରେ ସ୍ପଷ୍ଟ ଦିବାଲୋକରେ ମିନି ବସ ଚୋରି ଉଦ୍ୟମ ପଣ୍ଡ,ଅଳ୍ପକେ ବର୍ତିଲେ ଅନେକ, ଅଣଓଡ଼ିଆ ଗାଡିଚାଳକ ଅଟକ

0
806

ଦିଗପହଣ୍ଡି ୧୮/୦୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଅପରାହ୍ନ ପ୍ରାୟ ସାଢେ ଘ୧:୩୦ମି ସମୟରେ ଦିଗପହଣ୍ଡି ବସଷ୍ଟାଣ୍ଡରୁ ଯାତ୍ରୀବାହୀ ମିନି ବସ (ନଂ-ଓଆର୦୭-୬୫୧୦)କୁ ଚୋରି କରି ନେଇଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା | ଡିଭାଇଡରରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା | ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଯାଇ ଚୋରିରେ ସମ୍ପୃକ୍ତ ଥିବା ଅଣଓଡ଼ିଆ ଗାଡି ଚାଳକକୁ କାବୁ କରି ଦିଗପହଣ୍ଡି ପୋଲିସକୁ ହସ୍ତାନ୍ତର କରିଛନ୍ତି |

ପୋଲିସ ତଦନ୍ତ ଅନୁସାରେ ମିନି ବସଟି ଦିଗପହଣ୍ଡିରେ ରହୁଥିବା ବିନୋଦ କୁମାର ସାହୁଙ୍କର ବୋଲି ଜଣାପଡିଛି |ଅଭିଯୁକ୍ତକୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା ଚାଲିଛି |ତାଙ୍କର ପ୍ରକୃତ ପରିଚୟ ଜଣା ପଡି ନାହିଁ | ଘଟଣା ସ୍ଥଳରେ ଜନଗହଳି ଯୋଗୁଁ ରାସ୍ତାରେ ଟ୍ରାଫିକ ସମସ୍ୟା ଉପୁଜିଛି, ଫଳରେ ଦିଗପହଣ୍ଡି ଥାନା ଆଇଆଇସି ଶ୍ରୀ ଗୌରାଙ୍ଗ ଚରଣ ସାହୁ,ଏସଆଇ ମଧୁସ୍ମିତା ପ୍ରଧାନ,ମାଧଵଃଚନ୍ଦ୍ର ଝାକର ପ୍ରମୁଖ ପହଞ୍ଚି ରାସ୍ତା ଅବରୋଧ ହଟାଇବା ପରେ ଗାଡି ଚାଳନା ସ୍ୱାଭାବିକ ହୋଇପାରିଛି |ଗତ ଏକ ବର୍ଷ ମଧ୍ୟରେ ସମ୍ପୃକ୍ତ ଥାନା ଅଞ୍ଚଳରେ ଗାଡି ଚୋରି କ୍ରମାଗତ ଭାବେ ବଢ଼ିବାରେ ଲାଗିଛି | ଗାଡିଚୋରି ରାକେଟର ପର୍ଦ୍ଦାଫାଶ ପାଇଁ ଖେମୁଣ୍ଡି ମିନିବସ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି |

LEAVE A REPLY

Please enter your comment!
Please enter your name here