ବ୍ରହ୍ମପୁର: ରେରା ଆଇନର ହେଉଛି ଖୋଲାଖୋଲି ଉଲଂଘନ; ମାଲାମାଲ ଜମି ଦଲାଲ ଆଉ ଅସାଧୁ କର୍ମଚାରୀ।

0
1040

ବ୍ରହ୍ମପୁର ୧୯/୦୮ (ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ୨୦୧୬ ମସିହାରେ ଲାଗୁ ହୋଇଥିଲା ରିୟଲ ଇଷ୍ଟେଟ ନିୟନ୍ତ୍ରଣ ଓ ବିକାଶ ଆଇନ ବା ରେରା । ଦୀର୍ଘ ତିନି ବର୍ଷ ବିତି ଯାଇଥିଲେ ସୁଦ୍ଧା ବ୍ରହ୍ମପୁର ସହରରେ ହେଉଛି ଏହାର ଖୋଲାଖୋଲି ଭାବେ ଉଲଂଘନ । କଡ଼ାକଡ଼ି ରୂପେ ଏହି ନିୟମ ପାଳନ କରାଯାଇ ପାରୁନଥିବାରୁ ଗରିବ ଜମି ମାଲିକମାନେ କ୍ଷତି ସହୁଥିବା ବେଳେ ମାଲାମାଲ ହେଉଛନ୍ତି ସରକାରୀ କର୍ମଚାରୀ ଓ ଦଲାଲ ।
ଏହି ନିୟମ ଲାଗୁ କରିବାରେ ବିଭାଗୀୟ ଅଧିକାରୀମାନଙ୍କ କ୍ଷେତ୍ରରେ ତୃଟି ରହୁଛି ବୋଲି ସୂଚନା ଅଧିକାରୀ ଆଇନ ଦ୍ୱାରା ଜଣାପଡିଛି । ଅପର ପକ୍ଷରେ ତହସିଲଦାରଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରହିଛି ଦଲାଲଙ୍କ କବଜା । ଜମିମାଫିଆ ଓ କେତେକ ଅସାଧୁ କର୍ମଚାରୀଙ୍କ ଯୋଗୁଁ ଏହି ନିୟମ ଠିକ ଭାବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ଆଇନଜୀବୀ ମତ୍ତ ପ୍ରକାଶ କରିଛନ୍ତି । କିନ୍ତୁ ଗଞ୍ଜାମ ଜିଲ୍ଲା ବିଲ୍ଡରସ ସଂଘ ସଭାପତିଙ୍କ ମତ୍ତରେ ଜମି କିଣାବିକା ନେଇ ବିଡିଏ ଏବଂ ରେରାର ଆପ୍ରୁଭାଲ ସ୍ୱାଗତ ଯୋଗ୍ୟ, କିନ୍ତୁ ଗାଁ ଗହଳିରେ ଥିବା ଲୋକେ ଜରୁରୀକାଳୀନ ଆର୍ଥିକ ଆବଶ୍ୟକତା ସମୟରେ ଏହି ନିୟମ ଯୋଗୁଁ ନାହି ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏହି ଦିଗରେ ହସ୍ତକ୍ଷେପ କରି ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ଏହି ନିୟମ ଲାଗୁ କରିବା କ୍ଷେତ୍ରରେ ତୃଟି ରହିଛି ବୋଲି ଦର୍ଶାଇ ଗତ ଜୁଲାଇ ମାସ ୯ ତାରିଖରେ ସମବାୟ ପକ୍ଷରୁ ଏକ ନିର୍ଦ୍ଧେଶନାମା ଜାରୀ କରାଯାଇଛି । ଯେଉଁଥିରେ ଲେଖାଅଛି,ଏହି ଆଇନ ଉଲଂଘନ କରିଲେ ସବରେଜିଷ୍ଟର ଓ ତାଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ । ଗଞ୍ଜାମ ଜିଲ୍ଲା ସୂଚନା ଅଧିକାର ଆଇନ କର୍ମୀ ଶ୍ରୀ ସମୀରକାନ୍ତ ତ୍ରିପାଠୀଙ୍କ କହିବା ଅନୁଯାୟୀ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀଙ୍କ ଅବଗତରେ ହିଁ ସବୁକାର୍ଯ୍ୟ ହେଉଛି, ଏଣୁ ଏହାକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେବା ଉଚିତ । ଆଇନଜୀବି ନିର୍ମଳ ସାହୁଙ୍କ କହିବା ଅନୁସାରେ ଯେଉଁ ସରକାରୀ କର୍ମଚାରୀ ଜମି କିଣାବିକା ରେଜିଷ୍ଟ୍ରେସନ ନିୟମ ଉଲଂଘନ କରି କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଲେ ବାକି ସବୁ ସମସ୍ୟାର ସମାଧାନ ହୋଇଯିବ । ଯେଉଁ ଆଇନର ଗଳା ବାଟ ଦେଇ ସେମାନେ ଖସି ଯିବାର ସୁଯୋଗ ନେଉଛନ୍ତି, ସେହି ଆଇନର ଫାସରେ କୌଣସି ଆସାଧୁ ସରକାରୀ କର୍ମଚାରୀ ଥରେ ପଡ଼ିଲେ, ଅନ୍ୟମାନେ ଏଥିରୁ ଉଚିତ ଶିକ୍ଷା ପାଇ ପାରିବେ ।
ସବରେଜିଷ୍ଟର ଶ୍ରୀ ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ କହିବା ଅନୁସାରେ ୫୦୦ବର୍ଗ ମିଟର ତଳକୁ ଇଂନର ରାସ୍ତା ଦେଇ ସବପ୍ଲଟ କରିଲେ ବିଡିଏର ଆପ୍ରୁଭାଲ ଦରକାର ଏବଂ ୫୦୦ବର୍ଗ ମିଟର ଉପରକୁ ଇନର ରାସ୍ତା ଦେଇ ସବପ୍ଲଟ କରିଲେ ରେରାର ଆପ୍ରୁଭାଲ ଦରକାର । ବିଡିଏ ଏହି ସଂବଧିୟ ସଭାକୁ କେବେ ମଧ୍ୟ ଆମନ୍ତ୍ରଣ ଦେଇନାହାନ୍ତି, ତେଣୁ ବିଡିଏ ବିଭାଗ ଏହାର ପ୍ରକୃତ ତଥ୍ୟ ସ୍ପଷ୍ଟ କରିପାରିବେ।

LEAVE A REPLY

Please enter your comment!
Please enter your name here