ନବୀନଙ୍କ କଡ଼ା ଆଭିମୁଖ୍ୟ: ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ୧୫ ଅଧିକାରୀ ବରଖାସ୍ତ

0
675

ଭୁବନେଶ୍ୱର ୧୮/୦୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ କରାଯାଇଥିବା ତଦନ୍ତରେ ଦୋଷୀ ସାବ୍ୟସ୍ତ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ୧୫ ଜଣ ଅଧିକାରୀଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରିବା ସହ ଦୁଇଜଣ ପୂର୍ବତନ ଅଧିକାରୀଙ୍କ ପେନସନ୍ ସୁବିଧା ସମ୍ପୂର୍ଣ୍ଣରୂପେ ବନ୍ଦ କରିଛନ୍ତି। ମୋଦିଙ୍କ କାର୍ଯ୍ୟକୁ ଅନୁକରଣ କରି ଦୁର୍ନୀତି ବିରୁଦ୍ଧରେ ‘ଜିରୋ ଟଲେରାନ୍ସ’ ନୀତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକରଣ କରିବାକୁ ଉଦ୍ୟମ କରିଛନ୍ତି ।
ବରଖାସ୍ତ ତାଲିକାରେ ରହିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ବୌଦ୍ଧ ଜିଲ୍ଲା ପୂର୍ବତନ ଆଇଏମ୍ଭି ଦେବୀ ପ୍ରସାଦ ପାଢ଼ୀ, ସମବାୟ ବିଭାଗର ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସମବାୟ ସମିତିର ପୂର୍ବତନ ସଚିବ ଦେବଦତ୍ତ ଦାଶ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉମରକୋଟ ମ୍ୟୁନିସ୍ପାଲଟି ଅକ୍ଟରାଇ ଟ୍ୟାକ୍ସ ସରକାର କାଳିପ୍ରସାଦ ସିଂ, ପଞ୍ଚାୟତିରାଜ ବିଭାଗର ଭଦ୍ରକ ଧାମନଗର ତହସିଲର ପୂର୍ବତନ ଜୁନିଅର କ୍ଲର୍କ ବଟକୃଷ୍ଣ ବାରିକ, ପଞ୍ଚାୟତିରାଜ ବିଭାଗର କଳାହାଣ୍ଡି ମଦନପୁର ରାମପୁର ବ୍ଲକର ପୂର୍ବତନ ଭିଏଲ୍ଡବ୍ଲୁ କୃଷ୍ଣମୋହନ ଦାସ । ସେହିପରି ପଞ୍ଚାୟତିରାଜ ବିଭାଗର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପୂର୍ବତନ ସେକ୍ରେଟାରୀ କମ୍ ପିଆରଓ ଅଶୋକ କୁମାର ସାହା, ପଞ୍ଚାୟତିରାଜ ବିଭାଗର କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ପୂର୍ବତନ ପଞ୍ଚାୟତ ଏକଜ୍ୟୁକେଟିଭ୍ ଅଫିସର ପଦ୍ମମୁଖ ଶବର, ପଞ୍ଚାୟତରାଜ ବିଭାଗର ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତର ପୂର୍ବତନ ସେକ୍ରେଟାରୀ କିଶୋର ଚନ୍ଦ୍ର ପ୍ରଧାନ ଓ ଜଳ ସଂପଦ ବିଭାଗର ଖୋର୍ଦ୍ଧା ଜିଲ୍ଲା ବାଣପୁର ସାଳିଆ ଜଳସେଚନ ପ୍ରକଳ୍ପର ପୂର୍ବତନ ଆସିଷ୍ଟାଣ୍ଟ ଇଞ୍ଜିନିୟର ବିଜୟ କୁମାର ସାହୁଙ୍କ ନାମ ରହିଛି। ଏହାଛଡା ଜଳସଂପଦ ବିଭାଗର ଭବାନୀପାଟଣା ଆଇଟିଡିଏର ପୂର୍ବତନ ଜେଇ କରୁଣାକର ପଣ୍ଡା, ଜଳସଂପଦ ବିଭାଗର ମୟୂରଭଂଜ ଜିଲ୍ଲା କୁଳିଅଣା ବ୍ଲକ ପୂର୍ବତନ ଜେଇ ମଙ୍ଗଳ ସିଂହ ମୁଣ୍ଡା, ମୟୂରଭଂଜ ସାରସକଣା ବ୍ଲକ ପୂର୍ବତନ ଜେଇ ପ୍ରତାପ ଚନ୍ଦ୍ର ରାଉତ, ଜଳସଂପଦ ବିଭାଗର କଳାହାଣ୍ଡି ଥୁଆମୁଳ ରାମପୁର ଆଇଟିଡିଏ ପୂର୍ବତନ ଜେଇ ନିଗମାନନ୍ଦ ପଣ୍ଡା ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଚିତ୍ତରଂଜନ ଲାଲ ପ୍ରମୁଖ ଥିବା ଜଣାପଡିଛି। ଏହାସହ କଳାହାଣ୍ଡି ଆଇଟିଡିଏର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଅଶ୍ୱିନୀ କୁମାର ଶର୍ମା କଳାହାଣ୍ଡି ଡିଆରଡିଏର ଅବସରପ୍ରାପ୍ତ ଏପିଡି ଶଶାଙ୍କ ଶେଖର ପଟ୍ଟନାୟକଙ୍କ ପେନସନ ସୁବିଧା ବନ୍ଦ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here