ଫେରାର ଓ ଏସ୍ ଆର୍ ଟି ସି ବସ୍ ଡ୍ରାଇଭର ଗିରଫ

0
298

ଗଞ୍ଜାମ:ରବିବାର ବିଳମ୍ବିତ ରାତିରେ ହୋଇଥିବା ଭୟାନକ ବସ୍ ଟ୍ରାଜେଡିରେ ଫେରାର ରହିଥିବା (ଓ ଏସ୍ ଆର୍ ଟି ସି ) ସରକାରୀ ବସ୍ ଡ୍ରାଇଭର ମାନସ ପ୍ରଧାନଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ରବିବାର ବିଳମ୍ବିତ ରାତିରେ ଝିଅ ଛାଡି ଫେରୁଥିବା କନ୍ୟା ଯାତ୍ରୀ ବସକୁ ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏହି ସରକାରୀ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟାନକ ଥିଲା ଗୋଟିଏ ପରିବାରର ୧୧ ଜଣଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଥିଲେ । ଘଟଣାପରେ ଚାଳକ ମାନସ ସେଠାରୁ ଚମ୍ପଟ ମାରି ଏକ ବସ୍ ଯୋଗେ ଭୁବନେଶ୍ୱର ଚାଲି ଯାଇଥିଲେ । ଗୋଟିଏ ପଟେ ରାସ୍ତା ରକ୍ତରଞ୍ଜୀତ ହୋଇ ପରିବାର ଓ ଦେଖଣାହାରୀ ଲୋକଙ୍କ ଛାତି କ୍ରନ୍ଦନରେ ଫାଟି ପଡୁଥିବା ବେଳେ ଡ୍ରାଇଭର ଜଣକ ଆଖି ପଡିଯିବା ଫଳରେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ଦିଆଯାଇଛି । ଘଟଣାପରେ ଫେରାର ଚାଳକକୁ ଭୁବନେଶ୍ୱର ପୋଲିସ ସହାୟତାରେ ଦିଗପହଣ୍ଡି ପୋଲିସ ବରମୁଣ୍ଡା ଅଞ୍ଚଳରୁ ଗିରଫ କରି ସୋମବାର ରାତିରେ ଥାନାକୁ ଆଣିଥିଲେ । ଘଟଣାର ତଦନ୍ତ କରୁଥିଲେ ଚିକିଟି ଏସ୍ ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା । ଗତକାଲି ଚାଳକକୁ ଦୁର୍ଘଟଣା କିପରି ହୋଇଥିଲା ଏହା ନେଇ ତଦନ୍ତ କରିଥିବା ବେଳେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ଶ୍ରବଣ ବିବେକ ଏମ୍ ଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ମାନସଙ୍କ ବିରୋଧରେ ଥାନା ମାମଲା ନଂ ୨୩୨/୨୩ ଅନୁସାରେ ମକଦ୍ଦମା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here