ଜଙ୍ଗଲ ପୋଡ଼ି ଓ ପଟା ଚୋରି ଅଭିଯୋଗ ୨ ଗିରଫ

0
255

ବାଲିଗୁଡା(ନ୍ୟୁଜଏକ୍ସଟ୍ରା ) କନ୍ଧମାଳ ଜିଲାରେ ଏବେ ମଧ୍ୟ ଜଳୁଛି ଜଙ୍ଗଲ। ତେବେ ଦିନକୁ ଦିନ ଜଙ୍ଗଲ ପୋଡି ଅଭିଯୋଗରେ ଗିରଫ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର କରଡ଼ା ବନାଞ୍ଚଳ ପକ୍ଷରୁ ଜଙ୍ଗଲ ପୋଡି ଓ ପଟାକାଠ ଚୋରି ଅଭିଯୋଗରେ ୨ ଜଣକୁ ଗିରଫ କରାଯାଇଛି।ଖବର ପ୍ରକାରେ ଶୁକ୍ରବାର ପ୍ରାୟ ୧୨ଟା ସମୟରେ ବଡବାରବା ଜଙ୍ଗଲରୁ କନାଡ଼ି ଗ୍ରାମର ସୁଦାମ ପ୍ରଧାନ ଓ କାଳିଆ ନାୟକ ବାରବା ଜଙ୍ଗଲରେ ନିଆଁ ଲଗାଇବା ଏବଂ ପଟାପାଇଁ ଗଛକାଟି ଚୋରି କରୁଥିବା ବେଳେ ବନବିଭାଗର ଫରେଷ୍ଟର ଅଜିତ୍ କୁମାର ପ୍ରଧାନ ଓ ଫରେଷ୍ଟ୍ରଗାର୍ଡ ରାଜେନ୍ଦ୍ର କହଁରଙ୍କ ହାବୁଡ଼ରେ ପଇଥିଲେ। ସେମାନଙ୍କ ଠାରୁ ଦିଆସିଲି , ପଟାକାଠ ସହିତ କୁରାଡ଼ି ଜବତ କରାଯାଇ ଦୁଇଟି ମାମଲା କରାଯିବା ସହିତ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଦୁଇଦିନ ପୂର୍ବରୁ ସେହି ଅଞ୍ଚଳରେ ଜଣେ ମହିଳାଙ୍କୁ ମଧ୍ୟ ଜଙ୍ଗଲ ପୋଡ଼ି ଅଭିଯୋଗରେ ଗିରଫ କରାଯାଇଥିଲା।

ରିପୋର୍ଟ :ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here