ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଦଣ୍ଡ;୧୦ବର୍ଷ ଜେଲ ସହ ୧୫ ହଜାର ଟଙ୍କା ଜୋରିମାନା

0
685

ଫୁଲବାଣୀ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ୨୦୧୬ମସିହାରେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ୭ ବର୍ଷର ନାବାଳିକା ପ୍ରତି ହୋଇଥିବା ଏକ ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣ ଆଧାରରେ ଫୁଲବାଣୀ ଅତିରିକ୍ତ ଜଜ୍ ତଥା ସ୍ୱତନ୍ତ୍ର ଜଜ୍ ସେହି ଗ୍ରାମର ଅଭିଯୁକ୍ତ ମହେନ୍ଦ୍ର ଦିଗାଲକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହ ୧୫ ହଜାର ଟଙ୍କା ଜୋରିମାନା ଜମା କରିବା ଦଣ୍ଡ ଦେଇଛନ୍ତି । ଯଦି ଜୋରିମାନା ଅନାଦେୟ ହେଲେ ଅଭିଯୁକ୍ତ ମହେନ୍ଦ୍ରକୁ ଆଉ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି ।
୨୦୧୬ ନଭେମ୍ବର ୧୬ତାରିଖରେ ପଡ଼ୋଶୀ ଘରକୁ ୭ ବର୍ଷର ବାଳିକା ଟିଭି ଦେଖିବାକୁ ଯାଇଥିବା ବେଳେ ଏହି ଅମାନବୀୟ ଘଟଣା ଘଟିଥିଲା । ବାଳିକା ଟିଭି ଦେଖିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଗେଲ କରିବା ସହ ଚକଲେଟ ଦେବାକୁ କହି ମହେନ୍ଦ୍ର ତାକୁ ଦୁଷ୍କର୍ମ କରିଥିଲା । ପରିବାର ଲୋକ ଏ ନେଇ ତା’ ପରଦିନ ରାଇକିଆ ଥାନାରେ ଅଭିଯୋଗ କରିଥିଲେ। କେସ ନଂ ୧୧୧/୨୦୧୬ରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମହେନ୍ଦ୍ରକୁ ଗିରଫ କରି କୋର୍ଟଚାଲାଣ କରିଥିଲା।

LEAVE A REPLY

Please enter your comment!
Please enter your name here