ପୁରୋହିତ ଆକ୍ରମଣ ମାମଲାରେ ସମ୍ପର୍କୀୟ ଭାଇ ଗିରଫ

0
175

ଦିଗପହଣ୍ଡି – ଦିଗପହଣ୍ଡି ଥାନା ଅନ୍ତର୍ଗତ ବଡଡୁମ୍ବୁଳା ଗ୍ରାମରେ ଗୋଦାବରୀ ପଣ୍ଡା ନାମକ ଜଣେ ପୁରୋହିତଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ପୋଲିସ ନିଜ ସମ୍ପର୍କୀୟ ଭାଇଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ହେଲେ ବଡଡୁମ୍ବୁଳା ଗ୍ରାମର ସିମାଞ୍ଚଳ ପଣ୍ଡା । ଖବରନୁଯାୟୀ , ଜେଜମାନ ଭାଗବଣ୍ଟାକୁ ନେଇ ପୂର୍ବରୁ ଦୁଇ ସମ୍ପର୍କୀୟ ଭାଇ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଏଭଳି ସ୍ଥିତିରେ ଗତ ରବିବାର ଦିନ ବଡଡୁମ୍ବୁଳା ପଞ୍ଚାୟତର ଝଗଡାପଲି ଗ୍ରାମରେ ଅଷ୍ଟପ୍ରହର ନାମ ସଂକୀର୍ତ୍ତନ ନିମନ୍ତେ ଗ୍ରାମବାସୀ ପୂଜକ ଭାବେ ଗୋଦାବରୀଙ୍କୁ ନିମନ୍ତ୍ରଣ କରିଥିଲେ। ତେବେ ସିମାଞ୍ଚଳ ସେଠାରେ ପହଞ୍ଚି ଗୋଦାବରୀଙ୍କୁ ଧମକ ଚମକ ଦେବାପରେ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ସିମାଞ୍ଚଳ ଘରକୁ ଫେରି ଆସିଥିଲେ । ତେବେ ସୋମବାର ଅପରାହ୍ନରେ ଗୋଦାବରୀ ନିଜ ସାଇକେଲ ଯୋଗେ ଯାଉଥିବା ସମୟରେ ବଡଡୁମ୍ବୁଳା ଗାଁ ଦାଣ୍ଡରେ ସିମାଞ୍ଚଳ ଧାରୁଆ କ୍ଷତିରେ ଆକ୍ରମଣ ପରେ ଘଟଣାସ୍ଥଳରୁ ଫେରାର ରହିଥିଲା । ଗୁରୁତର ଅବସ୍ଥାରେ ଗୋଦାବରୀଙ୍କୁ ଦିଗପହଣ୍ଡି ପରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ ଗୋଦାବରୀଙ୍କ ପରିବାରଙ୍କ ଥାନାରେ ଏତଲା କ୍ରମେ ପୋଲିସ ବୁଧବାର ଦିନ ଅଭିଯୁକ୍ତ ସିମାଞ୍ଚଳଙ୍କୁ ଗିରଫ ପରେ ଥାନା ମାମଲା ନଂ ୪୭୨/୨୩ ପ୍ରକାରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ ପରେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here